ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ।
ଗଜପତି, ୨୦.୪(ମନୋଜ ପାଢ଼ୀ)- : ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ କଲେଜ ପରିସର ଅତିଥି ଭବନରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଗତବର୍ଷର ସଂସଦର ଆୟବ୍ୟୟ ହିସାବ ପ୍ରଦାନ ସହ ଭବନ ମରାମତି କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଆସନ୍ତା ଏପ୍ରିଲ୍ ୨୬ରେ ମହାରାଜାଙ୍କ ଜୟନ୍ତୀ ପାଳନ ପ୍ରସ୍ତୁତି ଓ ମହାବିଦ୍ୟାଳୟର ପିଲାଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରିବା ଏବଂ ସଫଳ ପ୍ରତିଯୋଗୀଙ୍କୁ ମହାରାଜାଙ୍କ ଜୟନ୍ତୀ ଉତ୍ସବରେ ପୁରସ୍କୃତ କରାଯିବା ଉପରେ ଆଲୋଚନା ହୋଇଥିଲା । ସଂସଦ ପକ୍ଷରୁ ନୃସିଂହ ଚର ଚରଣ ପଟ୍ଟନାୟକ, ଆଦର୍ଶ ଦାସ ଓ କଲେଜ ତରଫରୁ କୋଷାଧ୍ୟକ୍ଷ ଅଜିତ ପଟ୍ଟନାୟକ, ଅନ୍ୟ ପଦାଧିକାରୀ ଏବଂ ସଦସ୍ୟ ଉପସ୍ଥିତ ରହି ମୂଲ୍ୟବାନ ମତାମତ ପ୍ରଦାନ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।
