୧୧ତମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ .

୧୧ତମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ .

୧୧ତମ ଦିବସ ବାଣିଜ୍ୟ ମେଳା ରେ ଲୋକ ଙ୍କ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ ….. କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୧୧ତ ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ବାଲିଗୁଡ଼ା ପି ଏ ଆଇଟିଡିଏ କୃପା ସିନ୍ଧୁ ବେହେରା ଯୋଗ ଦେଇଥିଲେ l ଏହି ଉତ୍ସବ ରେ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତୀ ଥି ବେହେରା ମତ ପ୍ରକାଶ କରିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଓ ଡି ସି ପି ଓ ଶ୍ରୀମତୀ ରଶ୍ମିତା କରନ ଯୋଗ ଦେଇ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅଧିକ ସରସ,ସୁନ୍ଦର ଓଆକର୍ଷଣୀୟ ହୋଇଥିବା କହିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ସେହିପରି କନ୍ଧମାଳ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଆୟୋଜନ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ, ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ବିରଜିନି ମହାପାତ୍ର,ଶୁଭ୍ରl ପଟ୍ଟନାୟକ, ଶିବ ବିଶ୍ୱାଳ,ରଞ୍ଜିତ ବେହେରା, ଶିବ ପ୍ରସାଦ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସାତ ସୁର ର କଳାକାର ମାନେସୁନ୍ଦର ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ l ସହ ସମ୍ପାଦକ ମୁଷ୍କlନ୍ ମଞ୍ଚ ପରିଚାଳନା କରିଥିଲେ l ଏହି ମେଳl ଆସନ୍ତା କାଲି ଉଦଯାପିତ ହେବ l