ବିଦ୍ୟାଳୟ ପାଚେରୀ ପଡି 2 ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଘଟଣାସ୍ଥଳ ପରିଦର୍ଶନ….. ପ୍ରଧାନ ଶିକ୍ଷକ ସସପେଣ୍ଡ, ଠିକାଦାରଙ୍କୁ ଗିରଫ ପାଇଁ ମାମଲା ରୁଜୁ ।
ଗଜପତି 18/4(ମନୋଜ ପାଢ଼ୀ)-:ଗଜପତିରେ ପାଚେରୀ ପଡି 2 ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଏଥିରେ ଆୟୋଗ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଥିବା ବେଳେ ଠିକାଦାରଙ୍କୁ ଗିରଫ ପାଇଁ ମାମଲା ରୁଜୁ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ ଗଜପତି ଜିଲ୍ଲାର ଆର୍.ଉଦୟଗିରି ଥାନା ରୁବୁଡ଼ିସିଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଫାଟକ ପିଲାର୍ ତଳେ ଚାପି ହୋଇ ଗତ ବୁଧବାର ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା. ଏହି ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ପରେ ମୃତ ଦୁଇ ଛାତ୍ରୀଙ୍କ ଅଭିଭାବକ, ଗ୍ରାମବାସୀ ଏବଂ ବିଦ୍ୟାଳୟର କମିଟି ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ଗ୍ରହଣ କରିଥିଲେ. ପରେ ଦୁଇ ଛାତ୍ରୀଙ୍କ ମୃତ୍ୟୁକୁ ଦାୟୀ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସସପେଣ୍ଡ, ସ୍କୁଲରେ ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କୁ ଗିରଫ ପାଇଁ ଆୟୋଗ ଆର. ଉଦୟଗିରି ଥାନାରେ ମକଦ୍ଦମା ରୁଜୁ କରିଥିଲେ । ଆୟୋଗଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ନୂଆଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ଲୋକନାଥ ଶବର ଓ ତହସିଲଦାର ମୋନାଲିସା ଆଚାର୍ଯ୍ୟ ଉପସ୍ଥିତ ଥିଲେ।
