ପାରଳାଖେମୁଣ୍ଡିର ସ୍ଥାୟୀ ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ରାଜଧାନୀ ଗୌରବ ସମ୍ମାନରେ ରାଜ୍ୟପାଳ ସମ୍ମାନୀତ କଲେ ।
ଗଜପତି, 18/4(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଂକସାହି ଓ ଦେବିତୀ ଗ୍ରାମର ସ୍ଥାୟୀ ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢୀଂକୁ ରାଜଧାନୀ ଗୌରବ ସମ୍ମାନରେ ଓଡିଶାର ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପତି ସମ୍ମାନୀତ କରିଥିବା ସୂଚନା ମିଳିଛି. ଚଳିତ ବର୍ଷର ରାଜଧାନୀ ପ୍ରତିଷ୍ଠା ଦିବସରେ ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ “ରାଜଧାନୀ ଗୌରବ”ରେ ସମ୍ମାନୀତ କରାଯାଇଛି । ଦୀର୍ଘ ୩ ଦଶନ୍ଧି ଧରି ବିଭିନ୍ନ ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ଦେବାସହ ଓଡିଶୀ କଳାକାର ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି।ଓଡିଶାର କୋଣଅନୁକୋଣରୁ ତାଂକର ଗୀତ ଶୁଣିବାପାଇଁ ସଂଗୀତ ପ୍ରେମୀ ଅପେକ୍ଷା କରିଥାନ୍ତି।ତାଙ୍କର ଏହି ବିରଳ ସମ୍ମାନରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ପରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା ଭକ୍ତି ସଂଗୀତ ସଂସଦ, ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର, ଗଜପତି ସଂଗୀତ କଳାକେନ୍ଦ୍ର,ଉତ୍କଳ ହିତୈଷିଣୀ ସମାଜ,କ୍ରିଏଟିଭ୍ ଆର୍ଟ୍ସ,ପ୍ରଗତି ମହିଳା ସଂଘ,ଆକାଂକ୍ଷା ମହିଳା ସଂଘର ସଦସ୍ୟ ଓ ସଦସ୍ୟାବ୍ରୁନ୍ଦଙ୍କ ସମେତ ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭବ୍ୟ ସମାବେଶରେ ଅନ୍ୟାନ୍ୟ ମାନଂକ ମଧ୍ଯରେ ରାଜ୍ଯ ଆଇନମନ୍ତ୍ରୀ ପ୍ରୁଥ୍ୱୀରାଜ ହରିଚନ୍ଦନ ଓ ଭୂବନେଶ୍ୱର ପୌରନିଗମର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।
