ଗଞ୍ଜାମ ଜିଲ୍ଲା *ଗୋପାଳପୁର ଥାନା ଅଂଚଳରେ ପ୍ଲଟ ବ୍ୟବସାୟିଙ୍କୁ ଅପହରଣ।ଗତକାଲି ସନ୍ଧ୍ୟା ସମୟରେ ଗୋପାଳପୁର ଥାନା ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୁଧୀର ପାତ୍ର ଗତ ସନ୍ଧ୍ୟାରେ ଭଲିବଲ୍ ଖେଳି ଶ୍ୱଶୁର ଘର ଡୁରା ଫେରୁଥିବା ସମୟରେ ନିକଟସ୍ଥ ଡିଫେନ୍ସ କଲୋନି ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ ଉଠାଇ ନେଇଯାଇଥିବା ସୂଚନା। ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସୁଧୀରଙ୍କ ବାଇକ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି। ଏପରିସ୍ଥିତିରେ ସୁଦୀର ପାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କର ଆଶା ଯେ, ପୋଲିସ ଶୀଘ୍ର ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିବ ବୋଲି ଆଶା। ଏହି ଘଟଣା ପରେ ଡୁରା ଏବଂ ଗୋପାଳପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋବା ସହ, ସ୍ଥାନୀୟ ମହଲରେ ଏହା ଭୟର ବାତାବରଣ ଦେଖିବାକୁ ମିଳିଛି। ସେ ବାଲୁଗାଁ, ନାଚୁଣୀ ଓ ଖଲିକୋଟ ଅଂଚଳରେ ପ୍ଲଟ ବ୍ୟବସାୟ କରୁଥିଲେ। ତାଙ୍କୁ ଅପହରଣ ପଛରେ ବଡ଼ ଧରଣର ଜମି କିଣାବିକା ଡିଲ ବୋଲି ସନ୍ଦେହ କରାଯାଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗୋପାଳପୁର ଥାନା ଅଂଚଳରେ ପ୍ଲଟ ବ୍ୟବସାୟିଙ୍କୁ ଅପହରଣ।
