ବ୍ଳକ ସ୍ତରୀୟ ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଳକ ସ୍ତରୀୟ ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଳକ ସ୍ତରୀୟ ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ( Info media)ରାୟଗଡ଼ ବ୍ଳକ ସଦଭାବନା ଗୃହରେ ବ୍ଳକ ସ୍ତରୀୟ ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷ ଶ୍ରୀ ହର ପ୍ରାସାଦ ହେପୃକା, ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ | ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରାପ୍ତ ନିର୍ଦ୍ଦେଶ ଅନୁସାରେ ଓଡ଼ିଆ ପକ୍ଷରେ ଗ୍ରାମସଭା ଓ ପଲ୍ଲୀସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ବ୍ଳକ ସ୍ତରରେ ମଧ୍ଯ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମୀଣ ସ୍ତରରୁ ବିକାଶ ନିମନ୍ତେ ସରକାରଙ୍କ ଦ୍ଵାରା ଯୋଜନା ୱାରି ଅର୍ଥ ବ୍ୟୟବରାଦର ତାଲିକା ଗୃହରେ ଉପସ୍ଥାପନ କରାଯାଇଥିଲା | ଜିପିଡିଓ ସ୍ମୃତିରେଖା ନାୟକ ଗୃହରେ ଏହାର ବିଶଦ ଉପସ୍ଥାପନ କରିଥିଲେ | ବିକାଶ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଏହି ବଜେଟରେ ବ୍ୟବସ୍ଥା ଥିବାରୁ ଜନସାଧାରଣ ଏହାର ସୁଫଳ ପାଇବେ ବୋଲି ଅନୁମାନ କରାଯାଉଛି |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ