ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ।

ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ।

ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ । ଗଜପତି,15.4(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ , ସେବାସ୍ତମ୍ଭ ଏବଂ ଯୁବ ଭାରତ ତରଫରୁ ମିଳିତ ଭାବେ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବାସାହେବ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗା , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ , ଡ଼ିଆଇପିଆରଓ ଶ୍ରୀ ପ୍ରଦୀପ୍ତ ଗୁରୁମାୟି ସେବାସ୍ତମ୍ଭ୍ ସଭାପତି ଏସ ପାପାରାଓ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାସ୍ତମ୍ଭ କର୍ମକର୍ତ୍ତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏହି ଅବସରରେ ନିଜ ଅଭିଭାଷଣରେ ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା , ସଂଘର୍ଷମୟ ଜୀବନୀ, କାର୍ଯ୍ୟାବଳୀ , ବିଭିନ୍ନତା , ରାଜନୈତିକ , ଅର୍ଥନୈତିକ , ଦାର୍ଶନିକ , ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା କରିଥିଲେ । ଆମ୍ବେଦକରଙ୍କର ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ସମାଜର ପରିବର୍ତ୍ତନ ସହିତ ସମ୍ବିଧାନର ସଂଶୋଧନ ସକାଶେ ମଧ୍ୟ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ରହିଥିବା ସମସ୍ତ ଅତିଥି ଗଣ ଅବଗତ କରାଇଥିଲେ । ଆମ୍ବେଦକର ସ୍ଵତନ୍ତ୍ରତା , ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ ବୋଲି ଅତିଥିଗଣ କହିଥିଲେ ।ସେହିଭଳି ଦଣ୍ଡମାଲ ସାହିରେ ଥିବା ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ସେବାସ୍ତମ୍ଭ୍ ପକ୍ଷରୁ ସଭାପତି ଶ୍ରୀ ଏସ ପାପାରାଓ ଙ୍କ ନେତୃତ୍ୱରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ଅନ୍ୟମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା । ପରେ ପରେ ସେଠାରେ ବୁଦ୍ଧମ୍ ଶରଣମ ଗଛାମି, ପ୍ରାର୍ଥନା ଗାନ କରା ଯାଇଥିଲା । ସେଠାରୁ ଏକ ବିରାଟ ବାଇକ୍ ରାଲିରେ ସେବାସ୍ତମ୍ଭ ର କର୍ମକର୍ତ୍ତା ମାନେ ବାହାରି ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ଠାରେ ଥିବା ଡ଼ଃ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ସେଠାରୁ ଶେର ସାହି ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ଭାରତରତ୍ନ ଡ଼ଃ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ଦ୍ଵାରା ଉନ୍ମୋଚନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସେବାସ୍ତମ୍ଭ୍ ର ସଭାପତି ଶ୍ରୀ ଏସ ପାପାରଓ , ସେକ୍ରେଟାରୀ ଶ୍ରୀ ୱାଇ: ଡିଲେଶ୍ୱର୍ ରାଓ , ଆସିଷ୍ଟାଣ୍ଟ ସେକ୍ରେଟାରୀ ଶ୍ରୀ ବି: ଗୋପାଳ ରାଓ ଙ୍କ ସମେତ ବାବୁଲା ପୂଜାରୀ , ପୁରୁଷୋତ୍ତମ ବେହେରା , ଜାମାନା କାରେୟା , ଏସ: ତିରୁପତି ରାଓ , ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।