ବେହେରାଗାଁ ଖଜୁରୀସାହି ଚର୍ଚ୍ଚ ଠାରେ ଆତ୍ମିକ ଉଦ୍ଦିପନା ସଭା

ବେହେରାଗାଁ ଖଜୁରୀସାହି ଚର୍ଚ୍ଚ ଠାରେ ଆତ୍ମିକ ଉଦ୍ଦିପନା ସଭା

ବେହେରାଗାଁ ଖଜୁରୀସାହି ଚର୍ଚ୍ଚ ଠାରେ ଆତ୍ମିକ ଉଦ୍ଦିପନା ସଭା ଦୁଇ ଦିନ ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହରାଗାଁ ଗ୍ରାମପଞ୍ଚାୟତ ନିକଟରେ ଆତ୍ମିକ ଉଦ୍ଦୀପନା ସଭା ଖ୍ରୀଷ୍ଟ ମଣ୍ଡଳୀ ସମ୍ମିଳନୀ ଟିକାବାଲି, ଚକାପାଦ ବ୍ଲକ ଓ ପାଳକ ସଂଗଠନ ତରଫରୁ ଅନୁଷ୍ଠିତ ହୋଇଯାଇଛି lଏହି ମହାନ ପବିତ୍ର ଆତ୍ମିକ ଉଦ୍ଦୀପନା ସଭା ରେ ମୁଖ୍ୟ ଭକ୍ତା ଭାବରେ କନ୍ଧମାଳ ଜିଲ୍ଲା ର ଅତି ପରିଚିତ ଲୋକ ପ୍ରିୟ ଈଶ୍ୱର ପ୍ରେମି ଈଶ୍ୱରଙ୍କ ସେବକ ବକ୍ତା, ରାଜକିଶୋର ଦିଗାଲ ଯୋଗ ଦେଇ ଆତ୍ମିକ ଉଦ୍ଦୀପନା ସଭା କୁ ଶୁଭା ଆରମ୍ଭ କରିଥିଲେ l ଏହି ଆତ୍ମିକ ଉଦ୍ଦୀପନା ସଭା ଦୁଇ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଭକ୍ତା ରାଜକିଶୋର ଦିଗାଲ ବେହେରା ଗାଁ ତଥା ଟିକାବାଲି ବ୍ଲକ, ଚକାପାଦ ବ୍ଲକର ସମସ୍ତ ପାଳକ ତଥା ଈଶ୍ୱରଙ୍କ ଦାସ ଦାସୀ, ଭାଇ ଓ ଭଉଣୀ ଙ୍କ ପାଇଁ ଆନନ୍ଦ ଜନକ ସୁଷମା ଚାର, ଯୀଶୁଙ୍କ ଶିକ୍ଷା ନୀତି ଆଦର୍ଶ କୁ ଗୋଟି ଗୋଟି କରି ପରିଷ୍କାର ଭାବରେ ବାଇବଲ ଅଧ୍ୟୟନ କରି ବାକ୍ୟ କୁ ପରିବେଷଣ କରିଥିଲେ l ପବିତ୍ର ବାଇବଲ ର ୬୬ଟି ଖଣ୍ଡ ପୁସ୍ତକ ବିଷୟରେ ଏବଂ ମଣ୍ଡଳୀ କାହାକୁ କୁହାଯାଏ, ପବିତ୍ର ବାଇବଲ ର ଗୀତସଂହିତା, ଏଫିସିୟ, ଯୋହନ, ୧କରନ୍ତିୟ, ପ୍ରମୁଖ ପୁସ୍ତକର ଆନନ୍ଦ ଜନକ ସୁଷମାଚାର ପ୍ରିୟ ମଣ୍ଡଳୀ ଙ୍କୁ ଏବଂ ଶିକ୍ଷା ଦେଉଥିବା ପାଳକଙ୍କୁ ସମସ୍ତ ଭାଇ ଓ ଭଉଣୀ ଙ୍କୁ ବାକ୍ୟ ପରିବେଷଣ କରିଥିଲେ l ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ସଭାପତି ରମେଶ ଦିଗାଲ, ସମ୍ପାଦକ ନିରଞ୍ଜନ ଦିଗାଲ,କୋଷାଦକ୍ଷ ଶ୍ରୀ ସୁଧୀର କୁମାର ଦିଗାଲ, ଖ୍ରୀଷ୍ଟିୟାନ ଜନ କଲ୍ୟାଣର ଚକାପାଦ ବ୍ଲକ ର ଜିଲ୍ଲା ଉପ ସମ୍ପାଦକ( ସି ଏନ ଆଇ) ର ପ୍ରେସମିଟ ପାଳକ ଯଖିୟ ଚନ୍ଦ୍ର ଦିଗାଲ, ପାଳକ ପଙ୍କଜ ଦିଗାଲ,ପାଳକ ସଂଗଠନ ର ସଭାପତି ଟିମ୍ପା ଦିଗାଲ, ଈମାନୁୟାଲ ସଂଗଠନ ର ସମସ୍ତ ସଦସ୍ୟ ବୃନ୍ଦଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳତା ହୋଇଥିଲା l ଏହି ଆତ୍ମିକ ଉଦ୍ଦୀପନା ସଭା କୁ ସୁନ୍ଦର ଭାବରେ ପାଳକ ନିରଞ୍ଜନ ଦିଗାଲ ପରିଚାଳନା କରିବା ସହିତ ଉପସ୍ଥିତ ସମସ୍ତ ଦାସ ଦାସୀଙ୍କୁ ଧନ୍ୟବାଦ ଅର୍ପଣ କରି ଉଦ୍ଦୀପନା କୁ ସମାପ୍ତ କରିଥିଲେ l