ସିୟୁଟିଏମ୍‌ରେ ଆଇଇଇଇ କମ୍ପ୍ୟୁଟ ସୋସାଇଟି ଛାତ୍ର ଶାଖା ଅଧୂବେଶନ ।

ସିୟୁଟିଏମ୍‌ରେ ଆଇଇଇଇ କମ୍ପ୍ୟୁଟ ସୋସାଇଟି ଛାତ୍ର ଶାଖା ଅଧୂବେଶନ ।

ସିୟୁଟିଏମ୍‌ରେ ଆଇଇଇଇ କମ୍ପ୍ୟୁଟ ସୋସାଇଟି ଛାତ୍ର ଶାଖା ଅଧୂବେଶନ ।

ଆର, ଉଦୟଗିରି,୧୧.୪(ମନୋଜ ପାଢ଼ୀ)-: ସେଞ୍ଚୁରିୟନ୍ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡି କ୍ୟାମ୍ପସର ଆଇଇଇଇ କମ୍ପ୍ୟୁଟର ସୋସାଇଟି ଛାତ୍ର ଶାଖା ଅଧ୍ୟାୟ ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଆଇଇଇଇ ଅଧିକାରୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।ଆଇଇଇଇ ଛାତ୍ର ପରାମର୍ଶଦାତା ଡ଼. ଦେବେନ୍ଦ୍ର କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ପରେ ଡିନ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ଡ଼. ପ୍ରଫୁଲ୍ଲ ଫୁଲ୍ଲ କୁମାର ପଣ୍ଡା ଛାତ୍ରଙ୍କ ବୈଷୟିକ ଶିକ୍ଷାରେ ଉନ୍ନତି ଉପରେ ଆଲୋକ କପାତ କରିଥିଲେ |

ସିୟୁଟିଏମ୍ ଓଡ଼ିଶାର ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ, ରେଜିଷ୍ଟ୍ରାର ଡ. ଅନିତା ପାତ୍ର ଉଦ‌ବୋଧନ ଦେଇଥିଲେ। ସଭାରେ ଆଇଟିଆର୍ ଡିଆରଡିଓର ପୂର୍ବତନ ନିର୍ଦ୍ଦେଶକ ଏଚ୍.କେ. ରଥ ଓ ଆଇଇଇଇ ଭୁବନେଶ୍ଵର କମ୍ପ୍ୟୁଟର ସୋସାଇଟି ଚ୍ୟାପ୍ଟରର ଅଧ୍ଯକ୍ଷ ମମଧ୍ୟ ଯୋଗ ଦେଇଥିଲେ। ସୋସାଇଟି ମୁଖ୍ୟଅତିଥ୍‌ ଆଇଆଇଟି ଭୁବନେଶ୍ବରର ବିଦ୍ୟୁତ୍ ବିଜ୍ଞାନର ପ୍ରଫେସର ଡ଼. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଏବଂ ପ୍ରଫେସର କିଟ୍ ସ୍କୁଲ ଅଫ୍ ଇଲେକ୍ଟ୍ରି ଇଞ୍ଜିନିରିଂର ପ୍ରଫେସର ଓ ନିର୍ଦ୍ଦେଶକ ଚିନ୍ମୟ କୁମାର ପାଣିଗ୍ରାହୀ ଉଦ‌ବୋଧନ ରଖ୍ ଉଦୟମାନ ପ୍ରଯୁକ୍ତି,ଗବେଷଣାର ସୁଯୋଗ ଓ ଆଇଇଇଇର ଭୂମିକା ବିଷୟରେ ଆଲୋଚନା କରିଥିଲେ। ଉଦ୍‌ଘାଟନୀ ଅଧିବେଶନ ପରେ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ବିଦ୍ୟୁତ ବିଜ୍ଞାନ ଓ ଇଞ୍ଜିନିୟରିଂର ନୂତନ ପରିବର୍ତ୍ତନ ବିଷୟରେ ଭାଷଣ ଦେଇଥିଲେ। ଇସିଇ- ଇଇଇ ବିଭାଗର ମୁଖ୍ୟ ଡ଼ ପ୍ରଭାତ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କ ପୋଷ୍ଟର ପ୍ରଦର୍ଶନ ହୋଇଥିବା ବେଳେ ଆଇଇଇଇ ଛାତ୍ର ସଦସ୍ୟଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା I