୫ ବର୍ଷ ହେଲା ଶ୍ମଶାନ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ।
ଗଜପତି,(ମନୋଜ ପାଢ଼ୀ)- : ପ୍ରାୟ ୫ ବର୍ଷ ହେଲା ଅଧାରେ ଅଟକି ରହିଛି ଶ୍ମଶାନ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଅଟକି ରହିଥିବାରୁ ଏହିସ୍ଥାନ ଜଙ୍ଗଲିଆ ହୋଇଗଲାଣି। ଫଳରେ ଏହା ଏବେ ମଦୁଆଙ୍କ ପାଇଁ ଉପଯୁକ୍ତସ୍ଥଳ ହୋଇଥିବା ବେଳେ ନିର୍ମାଣଧୀନ ଗୃହ ସେମାନଙ୍କ ପାଇଁ ଆଡ଼ା ପାଲଟିଛି। ୨୦୧୯ରେ ସରକାର ପାରଳାଖେମୁଣ୍ଡି ସହର ଉପକଣ ମହେନ୍ଦ୍ରତନୟା ନଦୀତଟ ଦୀତଟରେ ନୂତନ ଶ୍ମଶାନ ଘାଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଦାନ ପ୍ରଦାନ କରିଥିଲେ। ଏହାପରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ଶବଦାହ ଗୃହ, ଆଶ୍ରୟ ଓ ପାଚେରି ନିର୍ମାଣ କାର୍ଯ୍ୟ ବି ଚାଲିଥିଲା, କିନ୍ତୁ ସବୁ ଏବେ ଅଧାରେ ଅଟକିଛି ଠିକାଦାରଙ୍କ ଅବହେଳାରୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଅଭିଯୋଗ ହୋଇଛି। ସେପଟେ ଗୋଷାଣୀ ବିଡିଓ ଗୌର ପଟ୍ଟନାୟକ କହିଛନ୍ତି ପର୍ଯ୍ୟାୟ କ୍ରମେ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି, ଅଲୋକୀକରଣ, ନଦୀଘାଟକୁପାହାଚ ଓ ରାସ୍ତା ଆଦି ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଅନୁଦାନ ପାଇଁ ବିଭାଗକୁ ଅନୁମୋଦନ ମିଳିଛି। ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ତେବେ ପୂର୍ବରୁ ମଧ୍ୟ ବହୁବାର ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀ କହୁଥିବା ବେଳେ ବର୍ଷ ବର୍ଷ ବିତିଲାଣି କିନ୍ତୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି।
