ସେଣ୍ଟ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ
ସେମିଲିଗୁଡା:ତା: ୦୮/୦୪/୨୬() କୋରାପୁଟ ଜିଲା ସେମିଳିଗୁଡ଼ା ସତ୍ୟନଗରସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ୩ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସେମିଳିଗୁଡ଼ା ତହସିଲଦାର ଦେବବ୍ରତ କରାତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ଭାବେ ପାଠ ପଢ଼ିବା ସହ ଭଲ ମଣିଷ ହୋଇ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଶିବ ଚରଣ ପାଣି, ସମ୍ପାଦିକା ସୁଜାତା ପାଣି, ବରିଷ୍ଠ ଶିକ୍ଷାବିତ୍ ଡଃ ଚିତ୍ତରଞ୍ଜନ ମିଶ୍ର, ସମାଜ ସେବୀ ସ୍ନିଗ୍ଧାରାଣୀ ମିଶ୍ର, ଶେଖ ଇବ୍ରାହିମ, ଭରତ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେଣ୍ଟ ଜାଭିୟର ସ୍କୁଲର ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ବୈପାରିଗୁଡା ଓଏଭିର ବରିଷ୍ଠ ଶିକ୍ଷକ ସଞ୍ଜୟ ପାଳ ଯୋଗ ଦେଇ ନିଜ ମନର ଭୟକୁ ପରାସ୍ତ କରି ନିଜର ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବା ଦିଗରେ ପରାମର୍ଶ ଦେଇଥିଲେ । ସ୍କୁଲ ଅଧ୍ଯକ୍ଷା ଶାହେଦା ପରୱିନ ବାର୍ଷିକ ବିବରଣୀ ପଠନ କରି ସ୍କୁଲର ବିଧି ବ୍ୟବସ୍ଥା ଓ ଶିକ୍ଷା ଦାନ ସହ ବିଦ୍ୟାଳୟ ର ଶୈକ୍ଷିକ ବାତାବରଣ, ଛାତ୍ର ଛାତ୍ରୀ ଙ୍କ ପ୍ରଗତି ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।
ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମେରୀ ଜସିନ୍ତା ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ସୁକାନ୍ତି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ ଥିଲେ।
