ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

*ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

ଗଜପତି,୮.୪(ମନୋଜ ପାଢ଼ୀ):- ଜିଲ୍ଲା ପ୍ରଶାସନ,ଗଜପତି ଏବଂ ଭାରତୀୟ ରେଡ୍‌କ୍ରସ ସମିତି,ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ଉପଜିଲ୍ଲାପାଳ ଅନୁପ ପଣ୍ଡା,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ,ଅବକାରୀ ଅଧୀକ୍ଷକ, ଗଜପତି ପ୍ରଦୀପ ସାହୁ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ରକ୍ତଦାନ କରିଥିଲେ। ଆଜି ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ରକ୍ତଦାନ ଏକ ମହତ ଦାନ, ଯାହା ଅନ୍ୟର ଜୀବନ ବଞ୍ଚାଇବା ସହ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ୍ ରଖେ । ରକ୍ତର କୌଣସି ବିକଳ୍ପ ନାହିଁ, ତେଣୁ ସ୍ୱେଚ୍ଛାକୃତ ରକ୍ତଦାନ କରି ରୋଗୀଙ୍କ ଜୀବନ ରକ୍ଷା କରିବାକୁ ଆଗେଇ ଆସି ରକ୍ତଦାନ କରନ୍ତୁ । ଉକ୍ତ ଶିବିରରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୁନୁ କୁମାର ପାଢ଼ୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ରାଉଳ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।