ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ଚମତ୍କାର ଓଡ଼ିଶୀ ନୃତ୍ୟ ପରିବେଷଣ।
ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ ଜମନ୍ତ୍ରୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଆରମ୍ଭ ହୋଇଥିଲା ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ନୃତ୍ୟଭିନୟ ‘ଯାଜ୍ଞସେନୀ’ ଏହା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ନିଜ ଭାବ ଭଙ୍ଗୀ ଦ୍ଵାରା ଦର୍ଶକଙ୍କ ମନ ମୋହି ଥିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର। ଆଦ୍ୟାଶା ମିଶ୍ର ଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ।ସନ୍ଧ୍ୟାରେ ଅତିଥିଭାବେ ଗୁରୁ ଦୁର୍ଗାଚରଣ ରଣବୀର, ପୂର୍ବତନ ବିଧାୟକ ପ୍ରିୟର୍ଦଶୀ ମିଶ୍ର , ପରିଚୟ ଫାଉଣ୍ଡେସନ ଅଧକ୍ଷା ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନୂଜା ତାରିଣୀ ମିଶ୍ର, ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଏବଂ ସମ୍ପାଦକ ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଧୀରଜ କୁମାର ମହାପାତ୍ରଙ୍କୁ ବୀଣାକାର ସମ୍ମାନ, ମିତାଲି ଚିନ୍ନାରାଙ୍କୁ ଗାଈଣି ସମ୍ମାନ, ଗୁରୁ ବୁଦ୍ଧନାଥ ସ୍ବାଇଁଙ୍କୁ ମାଦେଳି ସମ୍ମାନ ଏବଂ କଲକାତାର ନୃତ୍ୟଶିଳ୍ପୀ ଶ୍ରୀପଣ୍ଡା ବୋଷଙ୍କୁ ନାଚୁଣୀ ସମ୍ପ୍ରଦା ସମ୍ମାନରେ ସମ୍ମାନିତ କରାଯାଇଥିଲା।