ଜାତୀୟ ଶିକ୍ଷା ନୀତି–୨୦୨୦ ଆଧାରରେ କୋରାପୁଟ ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଦେଇଗୁଡା ଠାରେ ଆଜି ‘ଓଡ଼ିଆ ପକ୍ଷ–୨୦୨୬’ ପାଳନ ଅବସରରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହା ସହିତ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ମଧ୍ୟ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦେଇ କୁନି କୁନି ପିଲାମାନଙ୍କୁ ପଢ଼ାଶୁଣା ପାଇଁ ଉତ୍ସାହିତ କରିଥିଲେ। ସେମାନଙ୍କୁ ଶିକ୍ଷଣ ସାମଗ୍ରୀ କିଟ୍, ସ୍କୁଲ୍ ବ୍ୟାଗ୍ ଏବଂ ପାଠ୍ୟପୁସ୍ତକ ପ୍ରଦାନ କରି ନୂତନ ଶିକ୍ଷାବର୍ଷର ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ରହି ଶିକ୍ଷାର ପ୍ରସାର ଓ ପିଲାମାନଙ୍କର ନିୟମିତ ଭର୍ତ୍ତି ଓ ଉପସ୍ଥିତି ପାଇଁ ସଚେତନତା ସୃଷ୍ଟି କରିଥିଲେ।
ପଦେଇଗୁଡାରେ ‘ଓଡ଼ିଆ ପକ୍ଷ–୨୦୨୬’ ଅବସରରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ, ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଆୟୋଜିତ
