ଗଞ୍ଜାମ ଜିଲ୍ଲା କଳମ୍ବରେ ପଞ୍ଚୁଦଣ୍ଡ ମହାମିଳନ, ୨୦ ହଜାର ଭକ୍ତଙ୍କ ସମାଗମ।

ଗଞ୍ଜାମ ଜିଲ୍ଲା କଳମ୍ବରେ ପଞ୍ଚୁଦଣ୍ଡ ମହାମିଳନ, ୨୦ ହଜାର ଭକ୍ତଙ୍କ ସମାଗମ।

ଗଞ୍ଜାମ ଜିଲ୍ଲା କଳମ୍ବରେ ପଞ୍ଚୁଦଣ୍ଡ ମହାମିଳନ, ୨୦ ହଜାର ଭକ୍ତଙ୍କ ସମାଗମ।

ପୋଲସରା ୫/୪/୨୬ ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ରବିବାର ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ପୋଲସରା ବ୍ଳକ ସହିତ ଆଖପାଖ ଅଞ୍ଚଳରୁ ୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଯାତ୍ରାରେ ରୂଖାକଣା, ମରେଈପଲ୍ଲୀ, ହାତୀଓଟ, ରାଣୀପଡ଼ା ଓ ମାଳ ତେନ୍ତୁଳିଆ ପ୍ରମୁଖ ୫ଟି ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ। ଧୂଳି ଦଣ୍ଡ ବିଭିନ୍ନ ସାହିରେ ଅନୁଷ୍ଠିତ ହୋଇଥିବା ବେଳେ ପାଣି ଦଣ୍ଡ ଗ୍ରାମର ଶିବ ମନ୍ଦିର ଓ ବାଲିବନ୍ଧ ପୋଖରୀରେ ରିତିନୀତି ଅନୁସାରେ ଦଣ୍ଡୁଆ ମାନଙ୍କ ଦ୍ବାରା ହୋଇଥିଲା। ପଞ୍ଚୁଦଣ୍ଡଙ୍କ ମହାମିଳନ ବଡ଼ ନୂଆଁ ଗାଁରେ ଅତି ନିଡାମ୍ବର ଭାବେ ପାଳନ ହୋଇଥିବା ବେଳେ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ଙ୍କ ସମାଗମ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ସହଯୋଗ ସାଙ୍ଗକୁ ଯୁବଗୋଷ୍ଠୀ ଙ୍କ ସହଯୋଗ ବେଶ ମହତ୍ୱପୂର୍ଣ୍ଣ ଥିଲା। ଉକ୍ତ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ରେ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମାଜସେବୀ ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ ସମେତ ବହୁ ସହଯୋଗୀ ଯୋଗଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ