ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟିଏ କାର୍ ଜବତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାର କୁ ଅଟକାଇ ଥିଲେ। କିନ୍ତୁ ଗାଡ଼ି ପାଖେଇ ରଖି ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଅଟକ କାର୍ କୁ ଯାଞ୍ଚ କରିବା ବେଳେ ସେ ଭିତରେ ଥିବା ୬୦ କିଲୋ ଗଞ୍ଜେଇ ବାହାର କରି ଗାଡ଼ି କୁ ଜବତ କରି କାର୍ଯ୍ୟାଳୟ ରେ ଆଣି ରଖିଛନ୍ତି ଓ ଗାଡ଼ି ନଂ କୁ ଯାଞ୍ଚ କରି ଅଭିଯୁକ୍ତ ଗଞ୍ଜେଇ ଚାଲାଣ କରାଯିବ ବୋଲି ଅବକାରୀ ଗୋଇନ୍ଦା ବିଭାଗ ଡିଏସପି ଙ୍କ ଠାରୁ ସୁଚନା ମିଳିଛି।
