ଗଞ୍ଜାମ ଜିଲ୍ଲା ସେରଗଡ଼ ଟୋଲଗେଟ ନିକଟରେ ସିଫୁଡ଼ ଟ୍ରକରେ ଲାଗିଲା ନିଆଁ
ଗଞ୍ଜାମ ଜିଲ୍ଲା ସେରଗଡ଼ ଟୋଲଗେଟ ନିକଟରେ ଏକ ସିଫୁଡ଼ ଭର୍ତ୍ତି ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିବା ଘଟଣା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଗାଡ଼ି ଅଟକି ରହିଥିବାରୁ ଯାତାୟାତ ବାଧାଗ୍ରସ୍ତ ହୋଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛି। ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଗଣେଶ ପାଣିଗ୍ରାହୀ, ରିପୋର୍ଟ
