ଗଞ୍ଜାମ ଜିଲ୍ଲା ମନ୍ତ୍ରୀଙ୍କ ମାତା ମାଳତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଗଞ୍ଜାମ ଜିଲ୍ଲା ମନ୍ତ୍ରୀଙ୍କ ମାତା ମାଳତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଗଞ୍ଜାମ ଜିଲ୍ଲା ମନ୍ତ୍ରୀଙ୍କ ମାତା ମାଳତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ବୁଗୁଡା, ୦୪/୪/୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୦୪ ତାରିଖ ଦିନ ମନ୍ତ୍ରୀଙ୍କ ପୈତୃକ ଗ୍ରାମ ବୁଗୁଡା ବ୍ଲକର ଘୋଳପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ପିତା ସ୍ବର୍ଗତ ଅନନ୍ତ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀ ଅନନ୍ତ ଫାଉଣ୍ଡେସନ ଗଠନ କରି ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଶ୍ରୀ ଅନନ୍ତ ଫାଉଣ୍ଡେସନ ମାଧ୍ୟମରେ ପୋଲସରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ କରିବା ପାଇଁ ଏକ ମୋବାଇଲ ଆପ “ପ୍ରତିକାର” / “the solution” ସହ ମାଗଣା ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ସର୍ଗୀକୃତ କରିଥିଲେ। ଏହି ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ବିକାଶ କୁମାର ମଲ୍ଲିକ, ଉପାଧ୍ୟକ୍ଷା ଭାବେ ସସ୍ମିତା ମଲ୍ଲିକ, ସମ୍ପାଦକ ଭାବେ ସୌଭାଗ୍ୟ ରଞ୍ଜନ ଜେନା, ସହ ସମ୍ପାଦକ ଭାବେ ତ୍ରିଲୋଚନ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ରହି କାର୍ଯ୍ୟ ପରିଚାଳନା କରିବେ। ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପରିବହନ ଓ ଖଣି ବିଭାଗର ମାନ୍ୟବାର ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟ ନଗରର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ, ପୋଲସରା ପୌରପାଳିକା ଅଧ୍ୟକ୍ଷା ସଂଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ଆସିକାର ଭଗବାନ ସାହୁ, ବିଜେପି ନେତା ପ୍ରଭାକର ପଣ୍ଡା, ବୁଗୁଡା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ