ଇରାନର ଦାବି: ପୁଣି ଖସାଇଲା ଆମେରିକାର ଏଫ୍-୩୫ ଯୁଦ୍ଧ ବିମାନ

ଇରାନର ଦାବି: ପୁଣି ଖସାଇଲା ଆମେରିକାର ଏଫ୍-୩୫ ଯୁଦ୍ଧ ବିମାନ

ଇରାନର ଦାବି: ପୁଣି ଖସାଇଲା ଆମେରିକାର ଏଫ୍-୩୫ ଯୁଦ୍ଧ ବିମାନ

ତେହେରାନ: ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍-୩୫କୁ ପୁଣିଥରେ ଖସାଇଦେଇଥିବା ଦାବି କରିଛି ଇରାନ। ଫେବ୍ରୁଆରି ୨୮ରୁ ଆରମ୍ଭ ହୋଇଥିବା ସଂଘର୍ଷ ପରେ ଏହା ଇରାନର ଦ୍ୱିତୀୟ ଏପରି ଦାବି ବୋଲି କୁହାଯାଉଛି।ଇରାନ ଶୁକ୍ରବାର କହିଛି ଯେ ତାହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକ ଏଫ୍-୩୫ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରି ଗୁଳି କରି ଖସାଇଦେଇଛି। ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ ‘ଖତମ୍ ଅଲ୍-ଅନବିୟା’ କେନ୍ଦ୍ରୀୟ ମୁଖ୍ୟାଳୟକୁ ଉଦ୍ଧୃତ କରି କହିଛି ଯେ, ଆରଏଏଫ୍ ଲାକେନହିଥ୍ (ୟୁକେ) ସହିତ ସଂପୃକ୍ତ ଏକ ସ୍କ୍ୱାଡ୍ରନର ବିମାନକୁ ଲକ୍ଷ୍ୟ କରାଯାଇଥିଲା।ଇରାନୀ ସାମରିକ ଅଧିକାରୀମାନଙ୍କ ମତାନୁସାରେ, କେନ୍ଦ୍ରୀୟ ଇରାନ ଅଞ୍ଚଳରେ ବିମାନଟି ବିସ୍ଫୋରିତ ହୋଇଥିବା ସହ ପାଇଲଟ୍ ନିହତ ହୋଇଥାଇପାରନ୍ତି। ତେବେ ଏହି ଦାବିର ସତ୍ୟତା ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ।

ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ମଧ୍ୟ ଇରାନ ଏକ ଏଫ୍-୩୫ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିଥିବା ଦାବି କରିଥିଲା। ସେଥିବେଳେ ବିମାନଟି ମଧ୍ୟପ୍ରାଚ୍ୟର ଏକ ସାମରିକ ଘାଟିରେ ଜରୁରୀକାଳୀନ ଅବତରଣ କରିଥିଲା। ମାର୍ଚ୍ଚ ୨୦ରେ ଆମେରିକା ସେନାର ମୁଖପାତ୍ର କ୍ୟାପଟେନ୍ ଟିମ୍ ହକିନ୍ସ କହିଥିଲେ ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ପାଇଲଟ୍ ସୁସ୍ଥ ଅଛନ୍ତି।

ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନ ପକ୍ଷରୁ ଏହି ଦ୍ୱିତୀୟ ଦାବି ଆସିଥିବା ବେଳେ, ଏହାର ନିରପେକ୍ଷ ଯାଞ୍ଚ ଏପର୍ଯ୍ୟନ୍ତ ହୋଇନାହିଁ।