ଜିଲ୍ଲାର ସଂସ୍କୃତି ପରମ୍ପରାକୁ ନଷ୍ଟ କରୁଛି ଜିଲ୍ଲା ପ୍ରସାଶନ ।

ଜିଲ୍ଲାର ସଂସ୍କୃତି ପରମ୍ପରାକୁ ନଷ୍ଟ କରୁଛି ଜିଲ୍ଲା ପ୍ରସାଶନ ।

ଜିଲ୍ଲାର ସଂସ୍କୃତି ପରମ୍ପରାକୁ ନଷ୍ଟ କରୁଛି ଜିଲ୍ଲା ପ୍ରସାଶନ ।

ଗଜପତି,୧.୪(ମନୋଜ ପାଢ଼ୀ):- ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳାର ପରିଲକ୍ଷିତ ହୋଇଛି । ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିତ୍ବଙ୍କୁ ସାମିଲ ନକରିବା, ସଭା ମଞ୍ଚର ଆଗରେ ବରପୁତ୍ରମାନଙ୍କ ଫୋଟ ରଖି ବସିବା, ପାଇକ ଆଖଡା ନୃତ୍ୟରେ ବୀରବାଦ୍ୟଯନ୍ତ୍ର ନବାଜିବା ଆଦି ବ୍ୟତିକ୍ରମ ଗୁଡିକ ତାହାବି ଉକ୍ତଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାରଙ୍କ ଭୁମିରେ । ଏପରି ଘଟଣା ଗୁଡିକୁ ଚଳିତ ବର୍ଷ ଦେଖିଲେ ତାଙ୍କୁ ଅପମାନ କଲା ଭଳି ମନେ ହେଉଛି । ନାମକୁ କାମଚଳା କାର୍ଯ୍ୟକ୍ରମ କରି ଦାୟୀତ୍ୱ ସାରି ଦେଇଛି ଜିଲ୍ଲା ପ୍ରଶାସନର ସଂସ୍କୃତି ବିଭାଗ । ମହାରାଜାଙ୍କ ନିଜଶ୍ବ ପ୍ରତିଷ୍ଠାନ, ସ୍ଥାନୀୟ ଉକ୍ତଳ ହିତୈଷିଣି ସମାଜ ଓ ଅନ୍ୟାନ୍ୟ ଅନୁଷ୍ଠାନ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ମଧ୍ୟ ଅଣ ଦେଖା କରାଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମରେ ସାମିଲ ହେଉଥିବା ପାଇକ ଆଖଡ଼ା ଭଳି ସାଂସ୍କୃତିକ ଦଳ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ବୀର ବାଦ୍ୟଯନ୍ତ୍ରର ମଧ୍ୟ ବ୍ୟବସ୍ଥା କରିପାରିନି ବିଭାଗ । ଯାହା କଳାକାରଙ୍କୁ ଅସମ୍ମାନ ବୋଲି ଆଲୋଚନା ହେଉଛି । ଯେଉଁ ବୀରବାଦ୍ୟର ତାଳେ ତାଳେ ଖଣ୍ଡା ବୁଲାଇବା ତାହା ଚଳିତ ବର୍ଷ ପରିଲକ୍ଷିତ ହେଲାନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହାର ପ୍ରତିବାଦ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ସେହିପରି ଆରସେଟି ସମ୍ମେଳନ କକ୍ଷ ଠାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମର ମଞ୍ଚ ଉପରେ ଅତିଥି ମାନଙ୍କ ଚେୟାର ଟେବୁଲ ଆଗରେ ବରପୁତ୍ରମାନଙ୍କ ଫଟୋ ଚିତ୍ର ଗୁଡିକୁ ରଖାଯାଇଥିଲା । ଯଦି ଅତିଥିମାନେ ମଞ୍ଚାସୀନ ହୋଇ ବସନ୍ତି ତେବେ ସେମାନଙ୍କ ପାଦ ଆଗରେ ଏମାନେ ରହିବେ । ଏପରି ସ୍ଥିତିରେ ବରପୁତ୍ରମାନଙ୍କ ରଖାଯାଇଥିବାରୁ ନାନାଦି ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଓଡ଼ିଆ ଅସ୍ମିତାର କଥା କହୁଥିବା ସରକାର ସ୍ୱତନ୍ତ୍ର ଉତ୍କଳର ନିର୍ମାତାଙ୍କ ମାଟିରେ ବାରମ୍ବାର ଓଡିଆ ଅସ୍ମିତାକୁ ଅପମାନ କରିବା ସହ ସଂସ୍କୃତି କୁ ନଷ୍ଟ କରୁଛନ୍ତି ଖୋଦ ଦାୟୀତ୍ଵ ରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ । ତେଣୁ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଦିନେ କି ଦୁଇଦିନ ନୁହଁ ଦୀର୍ଘ ବର୍ଷ ଧରି ସେ ଏଠାରେ ଅବସ୍ଥାପିତ ଅଛନ୍ତି । ଆଉ ଓଡିଆ ପର୍ବ ପାଳନ ନିମନ୍ତେ ବହୁ ପୂର୍ବରୁ ପ୍ରସ୍ତୃତି ହୋଇଥିଲା ତଥାପି ଜାଣି ଶୁଣି ପରମ୍ପରା କୁ ଭଙ୍ଗ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ । ଅନ୍ୟ ପକ୍ଷରେ ଏ ଗୋଟିଏ ଘଟଣା ନୁହେଁ ୟା ପୂର୍ବରୁ ଜିଲ୍ଲା ସଂସ୍କୃତି ଅଧିକାରୀ ବହୁବାର ବିଭିନ୍ନ ସମୟରେ ଜାଣିଶୁଣି ଅନଦେଖା କରିଥିବା ନଜିର ରହିଛି । ଗଜପତି ଉତ୍ସବ ପାଳନ ବେଳେ ରଙ୍ଗବତୀ ଗୀତ ପରେ ଜାତୀୟ ସଂଗୀତ ଗାନ ହେଉକି ସୁଭଦ୍ରା ମେଳାରେ ଧୂମଧାଡାକା ଗୀତ ପରିବେଶଣ ହେଉକି, ଓଡିଆର ବିକୃତ ଲେଖା ହେଉକି, ଜଗନ୍ନାଥ ଜଣାଣରେ ଫେସନ ଶୋ ହେଉ କିମ୍ବା କୃଷିଯନ୍ତ୍ରପାତି ମେଳାରେ ବିନା କୃଷକରେ ଅଧିକାରୀଙ୍କ ନୃତ୍ୟ ଘଟଣା ହେଉକି ଏପରି ଓଡିଆ ଭାଷା ଓ ସଂସ୍କୃତିକୁ ହତ୍ୟା କରୁଛି ଜିଲ୍ଲା ପ୍ରଶାସନ ବୋଲି ବୁଦ୍ଧିଜୀବୀ ପ୍ରନୋଜ ପଟ୍ଟନାୟକ କହିଛନ୍ତି । ଚଳିତ ଜାନୁୟାରୀ ମାସରୁ ଯେତିକି ସରକାରୀ କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ କିମ୍ବା ଆଞ୍ଚଳିକ ସ୍ତରରେ ହୋଇଛି ସବୁଥିରେ ଓଡିଆ ଅସ୍ମିତା ସହ ଖେଳଖେଳାଯାଇଥିବାର କହିଛନ୍ତି । ତେବେ ଏସବୁ ଘଟଣା ପୂର୍ବରୁ ଘଟୁନଥିବା ବେଳେ ଏବେ ବିଶେଷ କରି ଜାନୁୟାରୀ ମାସରୁ ହେଉଥିବା କାର୍ଯ୍ୟକ୍ରମ ଗୁଡିକରେ ତ୍ରୁଟି ପରିଲକ୍ଷିତ ହେଉଛି ।

ଜିଲ୍ଲାର ଜିଲ୍ଲା ମୁଖିଆଙ୍କ ଆନ୍ତରିକତା ଅଭାବ କିମ୍ବା ନିରୀକ୍ଷଣ, ସମୀକ୍ଷା, ପରିଦର୍ଶନ ଆଦି ନଥିବା ଯୋଗୁଁ ଏପରି ତ୍ରୁଟି ହେଉଥିବାରୁ ଗଜପତିରେ ଜିଲ୍ଲାର ସଂସ୍କୃତି ପରମ୍ପରାକୁ ନଷ୍ଟ କରୁଥିବା ହୃଦବୋଧ ହେଉଛି ବୋଲି ଶ୍ରୀ ପଟ୍ଟନାୟ କହିଛନ୍ତି । ଏପରି ବାରମ୍ବାର ହେଉଥିଲେ ମଧ୍ୟ ତ୍ରୁଟି ସୁଧାରିବା ପରିବର୍ତ୍ତେ ସମସ୍ତ ଅଭିଯୋଗକୁ ଖାମଖିଆଲି ଭାବରେ ପ୍ରଶାନ ନେଉଛି ବୋଲି ଆଲୋଚନା ହେବା ସହ ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି ।