ସପ୍ତମି ଦିନ ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ରେ ଯୋଗଦେଲେ ବିଧାୟକ ।

ସପ୍ତମି ଦିନ ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ରେ ଯୋଗଦେଲେ ବିଧାୟକ ।

ସପ୍ତମି ଦିନ ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା ରେ ଯୋଗଦେଲେ ବିଧାୟକ ।

ଗଜପତି,୨୯.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ଜାଜପୁର ଗ୍ରାମରେ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି ମା ନାକିଟିଭବାନୀ ଙ୍କ ଠାକୁରାଣୀ ଯାତ୍ରା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେଉଅଛି । ଆଜି ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ପ୍ରମୁଖ ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ମାଁ ଙ୍କ ଆଶ୍ରିବାଦ ନେଇଥିଲେ , ଏହି ଭକ୍ତିଭାବପୂର୍ଣ୍ଣ କାର୍ଯ୍ୟକ୍ରମ ରେ ବହୁ ଚଳଚ୍ଚିତ୍ର ତାରକା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ଟି . ସୈରି ଙ୍କ ସଙ୍ଗୀତ ରେ ଦର୍ଶକ ଝୁମି ଆସୁଥିବା ବେଳେ ସପ୍ତମୀ ରଜନୀ ରେ ଆନ୍ଦ୍ର ରୁ ଆସିଥିବା ଦଶଅବତାର ନୃତ୍ୟ ମଞ୍ଚସ୍ଥ ହେବ ।ସୋମବାର ମଧ୍ଯରାତ୍ରି ରେ ଗାଁର ଗ୍ରାମଦେବୀ ମା ନାକିଟିଭବାନୀ ଙ୍କୁ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ଯରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପ୍ରଥମ ଦିବସରେ ଠାକୁରାଣୀ ଗ୍ରାମ ପରିକ୍ରମା କରିଥିଲେ । ଅନ୍ୟ ପକ୍ଷରେ ଗତ ପବିତ୍ର ଚୈତ୍ର ମାସ ମଙ୍ଗଳବାର ହୋଇଥିବାରୁ ଉତ୍ସାହ ଦ୍ବିଗୁଣିତ ହୋଇଥିଲା । ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ ଗ୍ରାମ ପରିକ୍ରମା ବେଳେ ଚହଳ ଲଗାଇଥିଲେ । ସୂଚନା ଯେ ପ୍ରତି ୫ବର୍ଷ ରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ଯାରେ ଲୋକ, କୁଣିଆ ବନ୍ଧୁ ବାନ୍ଧବ ଯୋଗଦେଇ କୋଳାହଳମୟ ପରିବେଶ ସ୍ରୁଷ୍ଟି କରନ୍ତି । ଆଖ ପାଖ ଗାଁରୁ ଭକ୍ତମାନଙ୍କ ସହ ସୁଦୂର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନ ରୁ ଲୋକମାନେ ଯୋଗ ଦେଇଛନ୍ତି । ମାଁ ଙ୍କ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଛନ୍ତି।