ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଆଜି ବିଶ୍ୱ ମହିଳା ଦିବସ ଅତି ଧୁମଧାମ ରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି l ମହିଳା ମାନେ କିପରି ନିଜ ଅଧିକାର ବିଷୟରେ ଜାଣିବେ ଏବଂ ପ୍ରଥମେ ନିଜେ ଏବଂ ନିଜ ପରିବାର, ସହିତ ଗାଁର ସାମଗ୍ରୀକ କିପରି ବିକାଶ ହୋଇ ପାରିବ ସେଥିପାଇଁ, ପ୍ରତ୍ୟେକ ମହିଳା ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବାର ଆଲୋଚନା କରି ଏକ ସୁସ୍ଥ ସମାଜ ଓ ଆଦର୍ଶ ଗ୍ରାମପଞ୍ଚାୟତ ରେ ଗଡ଼ିତୁଳିବା ନିମନ୍ତେ, ସମସ୍ତେ ମହିଳା ଯେପରି ଶିକ୍ଷିତ ହେବେ ଏବଂ ସଂଗଠିତ ହୋଇ ପଞ୍ଚାୟତ ର ବିକାଶ ପ୍ରକ୍ରିୟା ରେ ସାମିଲ ହେବେ ତାହା ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ l ଯେପରି, ବାଲ୍ୟ ବିବାହକୁ ନା କରିବା, ଅନ୍ଧ ବିଶ୍ୱାସ, କୁ ସଂସ୍କାର, ଠୁ ଦୁରେଇ ଦେବା, ନିଜର ପରମ୍ପରା କୁ ନିଆରା ଢଙ୍ଗରେ ପାଳନ କରିବା ପିଲା ଛୁଆ ଙ୍କୁ ଶିକ୍ଷିତ କରିବା, ପଲ୍ଲୀ ସଭା ଗ୍ରାମସଭା ରେ ପୂର୍ଣ୍ଣ ସହଯୋଗ କରି ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତି କରିବାରେ ସହାୟକ ହେବା ପାଇଁ ଶପଥ ପାଠ କରାଯାଇଥିଲା l ଏବଂ ମହିଳା ମାନଙ୍କୁ ନେଇ ବିଭିନ୍ନ ଖେଳ ଓ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଥିଲେ ଉପସ୍ଥିତ ମହିଳା ମାନେ l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀ ଯୁକ୍ତ ଜିତେନ୍ଦ୍ର ମଲ୍ଲିକ, MBK ଲିଚୁମା ଦିଗାଲ, ADEO, ଶ୍ରମିକ କଂହର, ସ୍ୱୟଂ ସହାୟକ ଦଳ ର ପଂଚାୟତ ସଭାନେତ୍ରୀ ଶ୍ରୀମତୀ ପ୍ରସ୍ପିତା ପ୍ରଧାନ, ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ କନ୍ଧମାଳ ର ଜିଲ୍ଲା କମିଟି ସଦସ୍ୟା ଶ୍ରୀମତୀ ମିନାକ୍ଷୀ ପ୍ରଧାନ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ପଂଚାୟତ କମିଟି ସଦସ୍ୟ ସଦସ୍ୟା ଗାଁ ସାଥି ସହିତ ପାଖା ପାଖି ୨୦୦ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l
