ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ବିକାଶ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ

ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ବିକାଶ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ

ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ବିକାଶ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ

ରାୟଗଡ ( info media) ରାୟଗଡା ଜିଲ୍ଲାର ରାୟଗଡା ପଞ୍ଚାୟତ ସମିତି ଓ ରାୟଗଡା ତହସିଲ ୨୮ ଗୋଟି ଗ୍ରାମ ପଞ୍ଚାୟତକୁ ନେଇଁ ଗଠିତ ଏବଂ ଜିଲ୍ଲାର ସଦର ମହକୁମା ଠାରେ ଅବସ୍ଥିତ ଅତ୍ୟଧିକ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତ ସମିତି ଓ ତହସିଲ ଅଟେ | ରାୟଗଡା ପଞ୍ଚାୟତ ସମିତି ଓ ତହସିଲର ୨୮ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୦ ଗୋଟି ଗ୍ରାମ ପଞ୍ଚାୟତ ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ସହ ଯୋଡ଼ିତ | ଦୁର୍ଗାପାଡ଼ୁ,ମୀରାବାଲି,ପିପଲଗୁଡା,ଡାଙ୍ଗଲେଡ଼ି,କାରୁବାଇ, ବାଇସିଙ୍ଗ, ବୈରାଗୀ ହଲୁଆ,ବଡ ଆଲୁବାଡି କୁଲି ଓ ମାଲିଗାଁ I ଏହି 10 ଗୋଟି ପଂଚାୟତ ର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସମତେ ଶତାଧିକ ଜନସାଧାରଣ ଆଜି କୁଣ୍ଡାମ ହାଟପଦା ଠାରେ ଏକତ୍ରିତ ହୋଉ ଏକ ବୈଠକ କରିଥିଲେ lଏହି ରାୟଗଡା ପଞ୍ଚାୟତ ସମିତି ଓ ତହସିଲର ଜନସଂଖ୍ୟା ଅଧ‌ିକ ହୋଇଥିବା ଯୋଗୁଁ ପୁଣି ରାୟଗଡା ଜିଲ୍ଲାର ମୁଖ୍ୟ ସଦର ମହକୁମାରେ ଅବସ୍ଥିତ ହେତୁ ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ସହ ଯୋଡ଼ିତ ଉପର ଲିଖତ ୧୦ ଗୋଟି ଗ୍ରାମ ପଞ୍ଚାୟତର ଲୋକମାନଙ୍କ ପାଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକର ବିକାଶମୂଳକ ସେବାଗୁଡିକ ସଠିକ ସମୟରେ ସଠିକ ଭାବରେ ପହଞ୍ଚି ବାରେ ଅସୁବିଧା ହେଉଛି। ସେଥିପାଇଁ ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ସହ ଯୋଡ଼ିତ ପ୍ରାୟ ୧୦ ଗୋଟି ଗ୍ରାମ ପଞ୍ଚାୟତର ଶିକ୍ଷିତ- ବୁଦ୍ଧିଜୀବୀ-ଭଦ୍ରବ୍ୟକ୍ତି ଓ ଲୋକ ପ୍ରତିନିଧୂମାନଙ୍କୁ ନେଇଁ ଆଜିର ବୈଠକ ଆୟୋଜନ ମାଧ୍ୟମରେ ସେଥୁରୁ ଏକ ସୁପରିଚାଳିତ କମିଟି ଗଠନ କରି ଉକ୍ତ କମିଟି ଦ୍ବାରା ଏହି ଅଞ୍ଚଳର ସମସ୍ତ ପ୍ରକାର ବିକାଶ ଉଦ୍ଧେଶ୍ୟରେ ୧୦ ଦଫା ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି lଅଞ୍ଚଳର ବିକାଶମୂଳକ ପାଇଁ ସେମାନଙ୍କ ୧୦ ଦଫା ଦାବୀ ଗୁଡିକହେଲା l ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ସହ ଯୋଡ଼ିତ ୧୦ ଗୋଟି ଗ୍ରାମ ପଞ୍ଚାୟତକୁ ନେଇଁ ପିପାଲଗୁଡା ଠାରେ ଏକ ନୂତନ ପଞ୍ଚାୟତ ସମିତି ଗଠନ ।ଏହି ଅଞ୍ଚଳର ବିକାଶ ପାଇଁ ପିପଲଗୁଡା ଠାରେ ଏକ ନୂତନ ତହସିଲ ଗଠନ ।ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ଜାଙ୍ଗେଲି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରି କରଣ |ଏହି ଅଞ୍ଚଳର ଶିକ୍ଷାର ବିକାଶ ନିମନ୍ତେ ପେନିକଣାରେ ଥିବା ଉଚ୍ଚ ବିଦ୍ୟାଳୟକୁ ଏକ ନୂତନ ମହା ବିଦ୍ୟାଳୟରେ ରୂପାନ୍ତରି କରଣ ।ଏହି ଅଞ୍ଚଳର ଲୋକଙ୍କ ଶାନ୍ତି -ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନିମନ୍ତେପିପଲଗୁଡା ଠାରେ ଏକ ନୂତନ ପଲିସ ଥାନାର ସ୍ଥାପନ ।ଏହି ଅଞ୍ଚଳର ଲୋକମାନଙ୍କ ଆର୍ଥିକ କାରବାରର ସୁବିଧା ନିମନ୍ତେ ପିପଲଗୁଡା ଠାରେ ଏକ ଜାତୀୟ ସ୍ତରୀୟ ବ୍ୟାଙ୍କ ସ୍ଥାପନ ।ଏହି ଅଞ୍ଚଳର ଲୋକଙ୍କ ନ୍ୟାୟ ବ୍ୟବସ୍ଥାର ସୁବିଧାକରଣ ନିମନ୍ତେ ପିପଲଗୁଡା ଠାରେ ଏକ ନୂତନ ପ୍ରଥମ ଶ୍ରେଣୀର ନ୍ୟାୟଳୟ ସ୍ଥାପନ ।କୁଲିରୁ ସାନ ସାନ୍ଦୁବାଡ଼ି ପର୍ଯ୍ୟନ୍ତ ଯୋଡ଼ିତ ଜାତୀୟ ରାଜପଥର ଉନ୍ନତି କରଣ I ସେହିପରି ଜେମାଦେଇପେଣ୍ଠରୁ ପିପଲଗୁଡା ଏବଂ ଚେକାଗୁଡାରୁ ପିପଲଗୁଡା ପର୍ଯ୍ୟନ୍ତ ରାସ୍ତାର ବିକାଶ କରଣ ।ଏହି ଅଞ୍ଚଳର ଦୁର୍ଗାପାଡ଼ୁରେ ଅବସ୍ଥିତ ଜଳ ପ୍ରପାତର ସୌନ୍ଦର୍ଯ୍ୟରେ ବୃଦ୍ଧି କରଣ ।ଏହି ଅଞ୍ଚଳର ଯୁବପ୍ରତିଭାଙ୍କ କ୍ରୀଡାର ବିକାଶ ନିମନ୍ତେ ବାଲୁମତି ଠାରେ ଏକ ସୁନ୍ଦର ଷ୍ଟାଡିଅମର ନିର୍ମାଣ ନେଇ ଏକ ଦାବି ପତ୍ର ଦେବା ନିମନ୍ତେ ନିଷ୍ପତି ହୋଇଛି l ଆଜିର ଏହି ବୈଠକ କି ସଙ୍ଘ ର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପୁଆଲା ପରିଚାଳନା କରିଥିବା ବେଳେ ମଞ୍ଚରେ ସଙ୍ଘ ର ସଭାପତି ଗୋପୀନାଥ ସାରକା ସାଧାରଣ ସମ୍ପାଦକ ଶଙ୍କର ଜିଲ୍ଲା୍କାରା, ଯୁଗ୍ମ ସମ୍ପାଦକ ସତ୍ୟବାନ ମାଣ୍ଡାଙ୍ଗୀ,ଅଶୋକ ପୁଆଲା, ସୁବାସ ବିଡ଼ିକା ମଞ୍ଚଶୀନ ଥିଲେ l ପିପଲଗୁଡା କୁ ଏକ ବ୍ଲକ ଗଠନ ଆମର ମୁଖ୍ୟ ଦାବି ବୋଲି ଗୋପୀନାଥ ସାରକା କହିଛନ୍ତି l

ବ୍ଲକ ଗଠନ ହେଲେ ସରକାର ଙ୍କ ନିୟମ ଅନୁଯାଇ ତହସିଲ, ଥାନା, ସହିତ ଅନ୍ୟାନ୍ୟ ଅଫିସ ଖୋଲିବ ଜନସାଧାରଣ ଉପକୃତ ହେବେ ବୋଲି କହିଛନ୍ତି l ଠିକ ସେହିପରି କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ନିଜ ର ବକ୍ତବ୍ୟ ରେ କହିଛନ୍ତି ଜେ ସ୍ୱାଧୀନତା ର, 77ବର୍ସ ପରେ ମଧ୍ୟ୍ୟ ଏହି 10 ଗୋଟି ପଂଚାୟତ ର କିଛି ଉନ୍ନତି ହୋଇନାହିଁ l ସେଥିପାଇଁ ପିପଲଗୁଡା ଠାରେ ଏକ ବ୍ଲକ ନିର୍ମାଣ ହେଲେ ଏହି 10 ଗୋଟି ପଂଚାୟତ ର ଜନସାଧାରଣ ଙ୍କ ଉନ୍ନତି ହେବ ବୋଲି କହିଥିଲେ l ଆଜିର ଏହି ବୈଠକ ରେ ସମସ୍ତ ସରପଞ୍ଚ ଙ୍କ ସହିତ ଶତାଧିକ ଜନସାଧାରଣ ଯୋଗଦେଉଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ