ରାୟଗଡା ନିର୍ବାଚନ ମଣ୍ଡଳୀ ରେ ପୃଥକ ପୃଥକ ଭାବେ ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ ପାଳିତ

ରାୟଗଡା ନିର୍ବାଚନ ମଣ୍ଡଳୀ ରେ ପୃଥକ ପୃଥକ ଭାବେ ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ ପାଳିତ

ରାୟଗଡା : ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁ ଙ୍କ 109 ତମ ଜନ୍ମଜୟନ୍ତୀ କୁ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା କର୍ମୀ ମନେ ବିଜୁ ବାବୁ ଙ୍କ ଗୋଟିଏ ପ୍ରତିମୂର୍ତ୍ତି ଠାରେ ପୃଥକ ପୃଥକ ଭାବେ ବିଜୁ ଜୟନ୍ତୀ ପାଳନ କରିବା ର ଦେଖିବାକୁ ମିଳିଛି l ସକାଳ ଠିକ 9 ଘଂଟିକା ସମୟରେ ସ୍ଥାନୀୟ ରାୟଗଡ଼l ନୁଆ ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ରାୟଗଡା ପୌର ପରିଷଦ ର ଉପାଧକ୍ଷା ଶୁଭ୍ରା ପଣ୍ଡା, ରାୟଗଡା ବିଜେଡି ର ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, 13 ନମ୍ବର ୱାର୍ଡ କାଉନସିଲେର ପ୍ରତିମା ପାଣିଗ୍ରାହୀ, ସନ୍ତୋଷ ପାତ୍ର, ସନ୍ତୋଷ ରଥ ଓରଫ ଟିଟ ରଥ, ଅଶୋକ ପଣ୍ଡା, ବୁଲା ପାଢ଼ୀ, ପି ଗୌରୀ ଶଙ୍କର ରାଓ, ବିନାୟକ ପଳାଇ ପୂର୍ବତନ କାଉନସିଲେର ସେଂକିରି ଙ୍କ ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରିଥିଲେ l ବିଜୁ ବାବୁଙ୍କ ଓଡ଼ିଶା ବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତି ଚାରଣ କରିଥିଲେ ଉପସ୍ଥିତ ରାୟଗଡ଼ ବିଜୁ ଜନତା ଦଳ ର ନେତା କର୍ମୀ ମନେ l ପରେ ପରେ ରାୟଗଡା ସହର ଆସିଷ୍ଟ ଚିଲଡ୍ରେନ ହୋମ ରେ ରହୁଥିବା ପିଲାସନକୁ ଫଳ ବିସ୍କୁଟ ବଣ୍ଟନ କରିଥିଲେ l ଉପସ୍ଥିତ ବିଜେଡି ବିଜୁ ପ୍ରେମୀ ମନେ ବିଜୁ ବାବୁଙ୍କ ଜନ୍ମ ଦିନ କୁ ସରକାର ଅଣଦେଖା କରିବା ସହ ବିଜୁ ବାବୁଙ୍କ କୃତିକୁ ବର୍ତ୍ତମାନ୍ ଶାସକ ଦଳ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କଢ଼ା ନିନ୍ଦା କରିଥିଲେ । କେନ୍ଦ୍ର ସରକାର ଏପ୍ରିଲ ୨୪ତାରିଖରେ ପଞ୍ଚାୟତି ରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡ଼ିଶା ମାର୍ଚ୍ଚ ୫ତାରିଖରେ ପଞ୍ଚାୟତି ରାଜ ଦିବସ ପାଳିତ ହୋଇ ଆସୁଥିଲା କିନ୍ତୁ ବର୍ତ୍ତମାନ୍ ର ଏହି ଡବଲ ଇଂଜିନ ର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡିଶାର ଗୌରବ କ୍ଷୁର୍ଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିଛନ୍ତି ବୋଲି ପୌର ଉପାଧକ୍ଷା ଶୁଭ୍ରା ପଣ୍ଡା କଡା ଭାଷାରେ ନିନ୍ଦା କରିଛନ୍ତି । ବିଜେପି ରାଜ୍ୟରେ ସରକାର ଗଠନ କରିବା ପର ଠାରୁ କ୍ଷମତା ବଳରେ ବିଜୁ ପଟ୍ଟନାୟକଙ୍କ କୃତିକୁ ସୁଚିନ୍ତିତ ଉପାୟରେ ମଳିନ କରିବା ପାଇଁ ଅପେଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ଉଭୟ ପଂଚାୟତ ଓ ପୌର ନିର୍ବାଚନ ମଇଦାନ ରେ ଓଡ଼ିଶା ବାସୀ ଏହାର ଉଚିତ ଜବାବ୍ ଦେବ ବୋଲି ପି ଗୌରୀ ଶଙ୍କର ରାଓ ନିଜ ବକ୍ତବ୍ୟ ରେ କହିଥିଲେ । ଏଥି ସହ ରାଜ୍ୟରେ ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ଓ କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି ଉପସ୍ଥିତ ବରିଷ୍ଠ ନେତା ଓ କର୍ମୀ ମାନେ। ଠିକ କେତେ ସମୟ ପରେ ପୂର୍ବତନ ମନ୍ତ୍ରୀ ଲାଳବିହାରୀ ଙ୍କ ନେତୃତ୍ୱ ରେ ଏହି ଠାରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଠାରେ ରାୟଗଡା ପୌର ପରିଷଦ ର ଅଧକ୍ଷ ମହେଶ ପଟ୍ଟନାୟକ, ବିଜେଡି ର ଜ଼ିଲ୍ଲା ନିର୍ବାଚନ ଅଧିକାରୀ ବ୍ରଜସୁନ୍ଦର ନାୟକ, ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗା ଧର ପୁଆଲା, ଉଦୟ ହିମରିକା, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ତିରୁପତି ବାନାଗାଡି, ଙ୍କ ସମତେ ବହୁ କର୍ମୀ ଉପସ୍ଥିତ ର ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରର ପୁଷ୍ପାମାଲ୍ୟ ଅର୍ପଣ କରି ବିଜୁ ଜୟନ୍ତୀ ପାଳନ କରିଥିଲେ l ଗୋଟିଏ ପ୍ରତିମୂର୍ତ୍ତି ରେ ପୃଥକ ପୃଥକ ଭାବେ ବିଜୁ ଜୟନ୍ତୀ ପାଳନ କରିବା ନେଇଁ ନାନା ମୁନି ନାନା ମତ ଦେଉଛନ୍ତି ଓ ଆଗାମୀ ଦିନ ପାଇଁ ଏହା ବିଜେଡି ପାଇଁ ଶୁଭୁଙ୍କର ନୁହେଁ ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି lରାୟଗଡ଼ାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *