ଜିଲ୍ଲା ଯୋଗାଣ ବିଭାଗର ଚଢାଉ, 15ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ ।

ଜିଲ୍ଲା ଯୋଗାଣ ବିଭାଗର ଚଢାଉ, 15ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ ।

ଜିଲ୍ଲା ଯୋଗାଣ ବିଭାଗର ଚଢାଉ, 15ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ ।

ଗଜପତି, ୧୯.୩(ମନୋଜ ପାଢ଼ୀ)- : ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ତତ୍ବାବଧାନରେ ଜିଲ୍ଲାର ବିଭିନ୍ନ ହୋଟେଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଯୋଗାଣ ବିଭାଗ ତରଫରୁ ଗତ ଦୁଇ ଦିନ ଧରି ଚଢାଉ କରାଯାଇଛି । ଏହି ଚଢାଉ ବେଳେ ପାରଳାଖେମୁଣ୍ଡି ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ 15 ଗୋଟି ଘରୋଇ ଗ୍ୟାସ୍ ସିଲିଣ୍ଡରକୁ ଜବତ କରାଯାଇଛି । ସହରର ଫୁଡ ଲୋଗିନ୍ ରୁ 4 ଗୋଟି, ଏସଭିଏଲ୍ ଷ୍ଟିଲ୍ ରୁ 3 ଗୋଟି, ସାଇ ଇଣ୍ଟରନ୍ୟାସନାଲ ହୋଟେଲରୁ 3 ଗୋଟି, ଡଲଫିନ୍ ହୋଟେଲ୍ ରୁ 4 ଗୋଟି ଏବଂ ଶ୍ରୀକୁଞ୍ଜ ହୋଟେଲରୁ ଗୋଟିଏ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି । ଏହାସହ ଭବିଷ୍ୟତରେ ଏପରି ପୁନରାବୃତ୍ତି କଲେ ଆଇନ ଅନୁଯାଇ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିବାର ଜଣାଯାଇଛି । ପ୍ରକାଶ ଯେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ୍ ଉପରେ ସିଧାସଳଖ ପ୍ରଭାବ ପଡିଛି । ତେବେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ କିଛି ଅସାଧୁ ବ୍ୟବସାୟୀ ଏପରି ଘଡିସନ୍ଧି ମୂହୁର୍ତ୍ତରେ ସକ୍ରିୟ ହୋଇ ବ୍ୟାପକ କଳାବଜାରୀ କରିବା ସହ କୁତ୍ରିମ ଉପାୟ ଅବଲମ୍ବନ କରି ଦରଦାମ ବୃଦ୍ଧିକରିବାର ବହୁ ଦୃଷ୍ଟାନ୍ତ ରହିଛି । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବାର ଜଣାଯାଇଛି ।

ଆଜିର ଏହି ଚଢାଉରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁହଂସ ଭୋଇ, ସବ୍ୟସାଚୀ ବସ୍ତିଆ, ସହକାରୀ ଯୋଗାଣ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ଯୋଗାଣ ନିରୀକ୍ଷକ ରୀତା ବେହେରା ଓ ବାଦଲ ସାମନ୍ତରାୟଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ I ଗଜପତି ଜିଲ୍ଲାର ଆର, ଉଦୟଗିରି ଓ ନୁଆଗଡ, ଖଜୁରୀପଦା ଓ ବଡପଦା ଗ୍ରାମ ରେ ବିଭିନ୍ନ ଜଳଖିଆ ଓ ମିଲିସି ଦୋକାନରେ ଘରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ବେଧଡକ ରେ ଚାଲିଛି କେବେ ଯୋଗଣ ବିଭାଗ ତରଫରୁ ଚଢ଼ାଉ କରାଯିବ ନା ଏପରି ବେଧଡକ ଚାଲିବ ଦେଖିବାକୁ ବାକି ରହିଲା ।