ବିଦାହେଲେ ଦାଶରଥିଗଜପତିରେ କଂଗ୍ରେସର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

ବିଦାହେଲେ ଦାଶରଥିଗଜପତିରେ କଂଗ୍ରେସର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

ବିଦାହେଲେ ଦାଶରଥିଗଜପତିରେ କଂଗ୍ରେସର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

ଗଜପତି,୧୮ ୩(ମନୋଜ ପାଢ଼ୀ)-: ରାଜ୍ୟରେ ସଂପ୍ରତି କଂଗ୍ରେସର ସାଂଗଠନିକ ସ୍ଥିତି ଭଲ ନଥିବା ବେଳେ ଗଜପତି ଜିଲ୍ଲାରେ ବି ଦଳ ଜଟିଳ ପରିସ୍ଥିତି ଗତି କରୁଛି। ଆଉ ଏଭଳି ଘଡ଼ିସନ୍ଧି ସମୟରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଦଳରୁ ନିଲମ୍ବିତ ହେବା ଜିଲ୍ଲାରେ ସଂଗଠନ ପାଇଁ ଆଉ ଏକ ବଡ଼ ଆହ୍ବାନ୍ ପାଲଟିଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ହୃପ୍ ଉଲ୍ଲଙ୍ଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଆଉ ଏଭଳି ପରିସ୍ଥିତିରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଉ ୧୧ ମାସ ବାକି ଥିବା ବେଳେ ଜିଲ୍ଲାରେ ଦଳ ମଙ୍ଗ କିଏ ସମ୍ଭାଳିବ? ଦଳର ଆଗାମୀ ଭବିଷ୍ୟତ କଣ ହେବ ? କାହା ଭରସାରେ କର୍ମୀ ଓ ନେତା ସଂଗଠନକୁ ଆଗକୁ ନେବେ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ମନରେ ଉଙ୍କି ମାରିବାରେ ଲାଗିଛି।ବର୍ତ୍ତମାନର ରାଜନୈତିକ ଚିତ୍ରକୁ ବିଚାରରେ ନେଲେ, ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ କଂଗ୍ରେସର ସ୍ଥିତି ଭଲ ନାହିଁ। ଗୋଟିଏରେ ବିଜେପି ମୁଣ୍ଡ ଟେକୁଥିବା ବେଳେ ଅନ୍ୟ ନିର୍ବାଚନମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ଼ ରହିଛି। ଏଭଳି ସ୍ଥିତିରେ ଦୁଇ ଦୁଇ ଥର କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନେତା ଦାଶରଥିଙ୍କ ଉପରେ ଦଳ ଭରସା କରିଥିଲା । ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ଵରେ ଅବସ୍ଥାପିତ କରିଥିଲା | ସଂଗଠନ ସୁଦୃଢ଼ ସହ ଦଳର ପୂର୍ବ ସ୍ଥିତି ଫେରିଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଚିତ୍ର ବଦଳିଛି। ଦଳୀୟଶୃଙ୍ଖଳା ଭଙ୍ଗ କରି ଦାଶରଥି ନିଲମ୍ବିତ ହୋଇଛନ୍ତି।

ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ହେବ ଏହା ଏବେବି ସସପେନ୍ସ ଘେରରେ ରହିଛି।ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଜିଲ୍ଲାରେ ଦଳ ସଂଗଠନକୁ ଆଗକୁ କିଏ ନେବ, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଦଳର ବହୁ ପୁରୁଖା ନେତା କୋଣଠେସା ହୋଇ ମୁହଁ ଫେରାଇସାରିଛନ୍ତି । ଭରସାଯୋଗ୍ୟ ନେତା କେହିବି ନାହାନ୍ତି। ମୋହନା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେପି ନିଜ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଥିବା ଆଲୋଚନା ହେଉଛି। ଗତ ନିର୍ବାଚନରେ ମାତ୍ର ୪ ହଜାର ଭୋଟ୍ ବ୍ୟବଧାନରେ କଂଗ୍ରେସ ଆଗୁଆ ରହିଥିଲା। ଦାଶରଥିଙ୍କ ପରେ ଦଳ ଆଗାମୀ ସାଧାରଣନିର୍ବାଚନରେ ପ୍ରାର୍ଥୀ ଭାବେ କାହା ଉପରେ ଭରସା କରିବ, ଏହା ସମୟ କହିବ। ଅନ୍ୟପକ୍ଷରେ ଦାଶରଥିଙ୍କ ନିଲମ୍ବନ ପରେ ଜିଲ୍ଲା କଂଗ୍ରେସ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଦଳ ତାଙ୍କୁ ଦୁଇ ଦୁଇ ଥର ବ୍ଲକ୍ ଅଧ୍ୟ ଅଧ୍ଯକ୍ଷ ଓ ଦୁଇ ଦୁଇ ଥର ବିଧାୟକ କରିଛି। ବିଧାନସଭାରେ ସେ ଆଦିବାସୀଙ୍କ ସ୍ବର ହେବେ ବୋଲି ଭାବିଥିଲେ

| ଏବେ ସେ ହଜାର ହଜାର ଆଦିବାସୀଙ୍କ ଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି। ଗଜପତି ଜିଲ୍ଲା କଂଗ୍ରେସ ଓ ଆଦିବାସୀ ସମାଜ ତାଙ୍କୁ ଉଚିତ ଜବାବ ଦେବେ । ଏବେ ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିବାକୁ ସୂର୍ଯ୍ୟନାରାୟଣ ପାତ୍ର ଓ ଦଳିୟ ନେତାମାନେ ଦାବି ରଖିଛନ୍ତି।