ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା
ଗଜପତି ୧୮।୩( ମନୋଜ ପାଢ଼ୀ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ୪ ଗୋଟି ଟ୍ରାପ କ୍ୟାମେରା ଲଗାଇଛନ୍ତି ।ସୂଚନା ପ୍ରକାରେ ଚାରିଦିନ ତଳେ କାଇଟିମା ଗାଁର ରୟାମ ବେହେରାଙ୍କ ଏକ ବଳଦକୁ ଅଜଣା ବନ୍ୟଜନ୍ତୁ ଖାଇଥିଲା। ପୁଣି ଦୁଇଦିନ ତଳେ ବାରିଆଦରା ଗାଁର ମଙ୍ଗଳୁ ମଳିକଙ୍କ ଦୁଇ ଗୋରୁକୁ ଅଜଣା ଜନ୍ତୁ ଆକ୍ରମଣରେ ଆହାତ ହୋଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ଏହି ଦୁଇ ଗାଁ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଥିବା ଲଖାରି ଅଭୟାରଣ୍ୟରେ ରହିଥିବାରୁ ବନ ବିଭାଗ ଗୁରୁତ୍ୱ ଦେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ କିନ୍ତୁ ଲାଗିଥିବା କ୍ୟାମେରାରେ କୌଣସି କୟାଦ ନଥିଲା। ଗ୍ରାମବାସୀ ଗୋଟିଏ ପଟେ ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଟ୍ରାପ୍ କେମେରା ଲଗାଇଥିଲେ ମଧ୍ୟ ସେଥିରେ କୌଣସି ବନ୍ୟଜନ୍ତୁ କିମୱା ବାଘର ଫୋଟ ଆସି ନ ଥିଲା। ଏପରି କି ବାଘର କୌଣସି ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ଆଜି ଗୁରୁବାର ଦିନ ୪ ଗୋଟି ଟ୍ରାପ କ୍ୟାମେରା ଲଗାଇଛନ୍ତି।
