କଲ୍ୟାଣସିଂହପୁର ଦେବଗିରି ଶୈବପୀଠ ରେ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

କଲ୍ୟାଣସିଂହପୁର ଦେବଗିରି ଶୈବପୀଠ ରେ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ରାୟଗଡ଼ା, ତା ୦୧/୦୩():-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ଦେବଗିରି ଶୈବପୀଠ ଠାରେ ରାଜ୍ୟ ବାଣିଜ୍ୟ,ପରିବହନ, ଷ୍ଟିଲ ଏବଂ ମାଇନ୍ସ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସକାଳ ୮ ସମୟରେ ପହଞ୍ଚି ୫୫୬ ପାହାଚ ଚଡ଼ି ପଞ୍ଚମୁଖୀ ନିଳକେଣ୍ଠେଶ୍ୱର୍ ଙ୍କ ଦର୍ଶନ କରିଥିଲେ ଏହା ପରେ କ୍ରାନ୍ତିକାରୀ ଆଶ୍ରମକୁ ଯାଇ କ୍ରାନ୍ତିକାରୀ ଆଶ୍ରମର ବାବା କ୍ରାନ୍ତି ସ୍ୱରୂପା ନନ୍ଦ ଗିରି ଙ୍କ ସହ ଆଲୋଚନା କରିଥିଲେ ଦେବଗିରି ଶୈବପୀଠର ପାରପାର୍ଶର ଉନ୍ନତି କରଣ, ଶ୍ରଦ୍ଧାଳୁ ପାଇଁ ସମସ୍ତ ପ୍ରକାର ସୁବିଧା ବିଷୟରେ ପଚାରି ବୁଝିଥିଲେ ଏହି ସମୟରେ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ମଣ୍ଡଳ ସଭାପତି ଅଜିତ୍ ପାଣିଗ୍ରାହି ବିଜେପି ପୂର୍ବତନ ଜିଲ୍ଲା ସଭାପତି ଶିବ ପଟନାୟକ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଉମେଶ ଖୋସଲା, ବରିଷ୍ଟ କର୍ମି କୃଷ୍ଣ ସାମଲ, କୃଷକ ମୋର୍ଚ୍ଚା ସିକରପାଇ ମଣ୍ଡଳ ସଭାପତି ପ୍ରାଷ୍କା କାସ୍ତୁ, କରପା ପୁର୍ବତନ ସରପଞ୍ଚ ସିନ୍ଧୁ ଉର୍ଲାକା, ସୁରେନ୍ଦ୍ର କୌଶଲ୍ୟା, ପୁର୍ବତନ ମଣ୍ଡଳ ସଭାପତି ମନୋଜ ସେଠି, ଏଵଂ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେରାୟଗଡ଼ା ଜିଲ୍ଲା ପ୍ରତିନିଧ ପ୍ରଫୁଲ କୁମାର ବେହେରା ଙ୍କ ରିପୋର୍ଟ!

Leave a Reply

Your email address will not be published. Required fields are marked *