ମହେନ୍ଦ୍ରଗିରିରେ ସୁରକ୍ଷା ଓ ବିକାଶ ପାଇଁ ଶବର ସମାଜର ବିଶାଳ ସମ୍ମିଳନୀ ।
ଗଜପତି (ମନୋଜ ପାଢ଼ୀ)17/3:- ମହେନ୍ଦ୍ରଗିରିର ସୁରକ୍ଷା ଓ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ଏକ ହେବା ଆବଶ୍ୟକ I ଏନେଇ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଶବର ସମାଜର ବନ୍ଧୁ ମିଳନ ସହ ଧର୍ମସଭା ପରିପ୍ରେକ୍ଷୀରେ ବିଶାଳ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ସଭାପତି ରାମଚନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ବରେ ୨୪ଟି କେନ୍ଦ୍ରର ଚାରୋଟି ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିଲେ I ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଗତ କିଛି ଦିନ ତଳେ ଦେଖାଦେଇଥିବା ବିବାଦର ସ୍ଥାୟୀ ସମାଧାନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ଭଙ୍ଗାରୁଜା ଓ ଆକ୍ରମଣ କରିଥିବା ଏହା ଆମ ସମାଜ ପାଇଁ ନିନ୍ଦନୀୟ ଘଟଣା। ଏହା ଏକ ପବିତ୍ର ସ୍ଥାନ। ତେଣୁ ଏହାର ପବିତ୍ରତା ରକ୍ଷା କରିବା ଏବଂ ଏଠାକୁ ଆସୁଥିବା ଲୋକଙ୍କ ସୁବିଧା ପାଇ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏ ଭଲି ବାଧା ସୃଷ୍ଟି କରୁଥିବା ଲୋକ ଯଦି ଆଗାମୀ ଦିନରେ ଏହାର ପୁନରାବୃତ୍ତି ଘଟାଏ ତାହା ହେଲେ ସେମାନଙ୍କ ବିରୁଦ୍ଧରେ ପ୍ରତିବାଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଉକ୍ତ କାର୍ଯ୍ୟକ୍ରମରେ ଶବର ସମାଜର ସର୍ବୋଚ୍ଚ ସମ୍ପାଦକ କୃଷ୍ଣ ଚନ୍ଦ୍ର ଗମାଙ୍ଗ, ଉପସଭାପତି ସୁଦର୍ଶନ ମଣ୍ଡଳ, କୋଷାଧ୍ୟକ୍ଷ ଲାବଣ୍ୟ ରାଇକା, ସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀବାବା), ସ୍ଵାମୀ ଅଖଣ୍ଡା ନନ୍ଦ, ସ୍ଵାମୀ ଭମରାଜ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧା କୃଷ୍ଣ ଜାନି, ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରୀଆ ଜାନି, ମହେନ୍ଦ୍ରଗିରି ଡେଭଲପମେଣ୍ଟ କମିଟି ଟ୍ରଷ୍ଟର ସମ୍ପାଦକ କାମଦେବ ବଡ଼ନାୟକ, ବିଜେପି ନେତା ମାନସ ରଞ୍ଜନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l
