ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ଏମିତିସରକାରୀ ବାବୁଙ୍କ ଗାଡ଼ିରେ ଇଂରାଜୀ ନମ୍ବର ପ୍ଲେଟ୍।

ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ଏମିତିସରକାରୀ ବାବୁଙ୍କ ଗାଡ଼ିରେ ଇଂରାଜୀ ନମ୍ବର ପ୍ଲେଟ୍।

ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ଏମିତିସରକାରୀ ବାବୁଙ୍କ ଗାଡ଼ିରେ ଇଂରାଜୀ ନମ୍ବର ପ୍ଲେଟ୍।

ଗଜପତି,୧୬.୩(ମନୋଜ ପାଢ଼ୀ)- : ଓଡ଼ିଆ ଅସ୍ମିତାକୁଆଧାର କରି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନାମ ପରିବର୍ତ୍ତନ କରାଯାଉଛି। ସରକାରଙ୍କ ପକ୍ଷରୁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଛି। କିନ୍ତୁ ଓଡ଼ିଆ ଭାଷାର ବ୍ୟବ‌ହାର ପ୍ରତି ସରକାରଙ୍କ ବିଭାଗ ଗୁଡିକ ତଥା ଅଧିକାରୀଙ୍କ ଆଦୌ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି। ନିଜେ ସରକାରୀ ଅଧିକାରୀମାନେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ଚାଲିଛନ୍ତି। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଗାଡ଼ିର ନମ୍ବର ଫଳକରେ ଓ ନାମ ଫଳକରେ ଇଂରାଜୀ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଓଡ଼ିଆ ଭାଷା ସୁରକ୍ଷା ଓ ଭାଷାର ବହୁଳ ବ୍ୟବହାର ତଥା ପ୍ରଚାର ପ୍ରସାରରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି| ନିଜେ ଜିଲ୍ଲାପାଳ ତାଙ୍କ ଗାଡ଼ିର ନମ୍ବର ଫଳକରେ ଓ ନାମ ଫଳକରେ ଇଂରାଜୀ ଭାଷାର ବ୍ୟବହାରକୁ ଗୁରୁତ୍ବ ଦେଇଥିବା ବେଳେ ଓଡ଼ିଆ ଭାଷାକୁ ଗୌଣ କରାଯାଇଥିବା ସ୍ପଷ୍ଟ ବାରି ହେଉଛି। ଏଭଳି କି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଗାଡ଼ି, ଆଦିବାସୀ ଉନ୍ନୟନ ସଂସ୍ଥା, ଜଳସେଚନ ବିଭାଗ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯୋଗାଣ ବିଭାଗ ଏଭଳି ଅନେକ ବିଭାଗରେ ଓଡ଼ିଆ ଭାଷାରେ ନାମଫଳକ ନଥିବା ବେଳେ ଜିଲ୍ଲାର ଦୁଇ ବିଧାୟକଙ୍କ ଗାଡ଼ିରେ ମଧ୍ୟ ଓଡ଼ିଆରେ ଲେଖା ଯାଇନ‌ଥିବାରୁ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ନଥିବା ଅଭିଯୋଗ ହୋଇଛି।

ସରକାରଙ୍କ ନିୟମ ପାଳନ କରିବା ପାଇଁ ଲୋକଙ୍କୁ ବାଧ୍ୟ କରୁଥିବା ଓ ଏହାର ଖିଲାପ କଲେ ଜରିମାନା ଓ ଦଣ୍ଡ ବିଧାନ କରିବା ଅଧିକାରୀ ତଥା ବିଭାଗ ଏହାକୁ ପ୍ରଥମେ ଅବମାନନା କରୁଛି | ଏଭଳି ଅଧିକାରୀ ଓ ବିଭାଗ ପ୍ରତି ସରକାର ଯଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରିବେ, ତେବେ ଭାଷାର ବହୁଳ ବ୍ୟବହାର ତଥା ଭାଷା ସୁରକ୍ଷା ହେବ କିପରି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ତେବେ ଏଥିପ୍ରତି ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କେବେ ଦୃଷ୍ଟି ପଡୁଛି ଆଉ ଓଡ଼ିଆ ଅସ୍ମିତା ଆଧାରରେ ଇଂରାଜୀ ଭାଷାର ବହୁଳ ବ୍ୟବହାର କେବେ ପରିବର୍ତ୍ତନ ହେଉଛି ତାହା ଉପରେ ନଜର ରହିଛି।