ଲଜ୍ ରୁ ଯୁବକ ର ଶବ ଉଦ୍ଧାର।
ପୋଲସରା ଥାନା ଅର୍ନ୍ତଗତ ପୋଲସରା ବସଷ୍ଟାଣ୍ଡ ସାମ୍ନା ରତ୍ନେଇ ଲଜ୍ ରୁ ନିକଟସ୍ଥ ସୋଡକ ଗ୍ରାମର ରବିନ୍ଦ୍ର କୁମାର ଭଞ୍ଜଦେଓ ନାମକ ଜଣେ ଯୁବକ ର ଶବ ଉଦ୍ଧାର ହୋଇଛି। ଖବର ପାଇ ମୃତ ରବିନ୍ଦ୍ର ର ଭାଇ ଚିତ୍ତରଞ୍ଜନ ଲଜ୍ ରେ ପହଞ୍ଚି ଭାଇ ରବିନ୍ଦ୍ର କୁ ଚିହ୍ନିବା ସହ ତା ଭାଇର ମୁହଁ ରେ କ୍ଷତ ଲାଗିଥିବାରୁ ଭାଇକୁ କିଏ ହତ୍ୟା କରିଥିବା ସନ୍ଦେହ କରି ପୋଲସରା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଲଜ୍ ରେ ପହଞ୍ଚି ଶବ ଜବତ କରିଛନ୍ତି ଓ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଙ୍କ ଠାରୁ ପ୍ରକାଶ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!