ରନ୍ଧନ ଗ୍ୟାସ୍ ସମସ୍ୟା, ମଧ୍ୟାହ୍ନ ଭୋଜନ ପ୍ରଭାବିତ ଆଶଙ୍କା ବନ୍ଦ ହେଲାଣି ହୋଟେଲ ଓ ରେସ୍ତୋରାଁ।

ରନ୍ଧନ ଗ୍ୟାସ୍ ସମସ୍ୟା, ମଧ୍ୟାହ୍ନ ଭୋଜନ ପ୍ରଭାବିତ ଆଶଙ୍କା ବନ୍ଦ ହେଲାଣି ହୋଟେଲ ଓ ରେସ୍ତୋରାଁ।

ରନ୍ଧନ ଗ୍ୟାସ୍ ସମସ୍ୟା, ମଧ୍ୟାହ୍ନ ଭୋଜନ ପ୍ରଭାବିତ ଆଶଙ୍କା ବନ୍ଦ ହେଲାଣି ହୋଟେଲ ଓ ରେସ୍ତୋରାଁ।ଗଜପତି,୧୩.୩(ମନୋଜ ପାଢ଼ୀ)-: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଓ ବ୍ୟବସାୟୀଙ୍କ ଜୀବିକା ଉପରେ ପଡ଼ିଛି। ଗଜପତି ଜିଲ୍ଲାର ବିଭିନ୍ନ ଭାଗରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ସଂକଟ ଦେଖାଦେଇଥିବା ବେଳେ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି | ସେପଟେ ବାଣିଜ୍ୟିକ (କମର୍ସିଆଲ୍) ସିଲିଣ୍ଡର୍ ସଂକଟ ଦେଖା ଦେଇଥିବାରୁ ବିଭିନ୍ନ ହୋଟେଲ୍‌ ଓ ରେସ୍ତୋରାଁ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଗଜପତି ଜିଲ୍ଲା କଥାକୁ ବିଚାରରେ ନେଲେ ପୂର୍ବରୁ ବୁକିଂ ପରେ ସାତଦିନରେ ଗ୍ୟାସ୍ ସିଲିଣ୍ଡର ମିଳୁଥିଲାଏବେ ସେହି ଅବଧିକୁ ୨୫ଦିନକୁ ବୃଦ୍ଧି କରାଯାଇଛି। ଫଳରେ ଏବେ ସଂକଟ ସୃଷ୍ଟି ହୋଇଛି ଲୋକେ ଡିପୋକୁ ଆସୁଥିବା ବେଳେ ଡିଲର୍ ତାଲା ପକାଇ ରଖିଛନ୍ତି। ସେହିପରି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର୍ ଯୋଗାଣ ଗତ କିଛିଦିନ ହେଲା ବନ୍ଦ ରହିଛି। ଗତକାଲି ଠାରୁ ଘରୋଇ ଗ୍ୟାସ୍ ବୁକିଂ ମଧ୍ୟ ହେଉ ନଥିବା କାରଣରୁ ଏହାର ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗ୍ୟାସ୍ ଯୋଗାଣ ସଂସ୍ଥା ଆଗରେ ଭିଡ଼ ପରିଲକ୍ଷିତ ହେଉଛି। ବିଶେଷକରି ସିଲିଣ୍ଡର ଅଭାବ ଯୋଗୁଁ ଆଜି ପାରଳାଖେମୁଣ୍ଡି ସହରର ଛୋଟବଡ଼ ହୋଟେଲ୍‌ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏମିତିକି କିଛିଛୋଟ ଜଳଖିଆ ଦୋକାନ ଖୋଲାଥିଲେ ସୁଦ୍ଧା ଦରରେ ସାମାନ୍ୟ ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷରେ ଘରୋଇ ଗ୍ୟାସ ମହଜୁଦ୍ ରହିଥିବା କୁହାଯାଉଥିଲେ ବି କୌଣସି କାରଣରୁ କିମ୍ବା ସର୍ଭର୍ ସମସ୍ୟା କାରଣରୁ ବୁକିଂ ହୋଇପାରୁନି। ଫଳରେ ବହୁ ଖାଉଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୟରେ ଲୋକେ ମନଇଚ୍ଛା ବୁକିଂ କରି ଗଚ୍ଛିତ ରଖିବାକୁ ଚେଷ୍ଟା କରୁଥିବାରୁ ଏଭଳି ସମସ୍ୟା ବି ଉପୁଜିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାର କିଛି ଡିଲର୍ ଷ୍ଟକ୍ ନଥିବା କହୁଥିବାରୁ ବୁକିଂ ଥାଇ ମଧ୍ୟ ଲୋକେ ନିରାଶରେ ଫେରୁଛନ୍ତି। ଯେଉଁ ଦିନ ଠାରୁ ଘରୋଇ ଗ୍ୟାସ୍‌ର ମୂଲ୍ୟ ୬୦ଟଙ୍କା ସିଲିଣ୍ଡର୍ ପିଛା ବୃଦ୍ଧି ପାଇବା ପର ଠାରୁ ସହରରେ ଗ୍ୟାସ୍ ଯୋଗାଣରେ ବିଳମ୍ବ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।