ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଗଜପତିର ଭାରତ୍ତୋଳନ କନ୍ୟା ଜ୍ୟୋସ୍ନା।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଗଜପତିର ଭାରତ୍ତୋଳନ କନ୍ୟା ଜ୍ୟୋସ୍ନା।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଗଜପତିର ଭାରତ୍ତୋଳନ କନ୍ୟା ଜ୍ୟୋସ୍ନା।

ଗଜପତି 11/3(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗ୍ରାମର ଜ୍ୟୋସ୍ନା ଶବର ଭାରତ୍ତୋଳନରେ କୃତିତ୍ୱ ଅର୍ଜନ କରିଥିବା ଯୋଗୁଁ ପୁରୀ ଠାରେ ଆୟୋଜିତ ଏକ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଭାରତ୍ତୋଳନରେ ଚାମ୍ପିଅନ ହୋଇ ବିଗତ ବର୍ଷ ମହାମହିମା ରାଷ୍ଟ୍ରପତିଙ୍କ ଠାରୁ ବାଲ୍ ପୁରସ୍କାର ପାଇଥିଲେ । ସମଗ୍ର ଦେଶରେ ୨୧ ଜଣ ଶିଶୁଙ୍କୁ ସମ୍ମାନ ଜନକ ବାଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଚଳିତ ବର୍ଷ ପୁରୀ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

ପ୍ରକାଶ ଯେ ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଓଫ ସୋସିଏଲ ସାଇନ୍ସରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି । ପେକଟ ଗ୍ରାମ ଭଳି ପୁରପଲ୍ଲୀରୁ ଜ୍ୟୋସ୍ନାଙ୍କ ଏଭଳି ସଫଳତା ପାଇଁ ସମଗ୍ର ଗଜପତି ଜିଲ୍ଲା ଗର୍ବିତ । ଜ୍ୟୋତ୍ସନାଙ୍କ ପିତା କୀର୍ତ୍ତନ ଶବର ଜଣେ କୃଷକ ଭାବେ କାର୍ଯ୍ୟ କରୁଛନ୍ତି।