ମାଁ ଠାକୁରାଣୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ରେ ବିରୁବାଇ ଦଳ ବିଜୟୀ

ମାଁ ଠାକୁରାଣୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ରେ ବିରୁବାଇ ଦଳ ବିଜୟୀ

ମାଁ ଠାକୁରାଣୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ରେ ବିରୁବାଇ ଦଳ ବିଜୟୀ

ରାୟଗଡ ( ସ୍ୱ ପ୍ର ): ରାମନାଗୁଡ଼ା ବ୍ଲକ ଅଧୀନ ଆଲୁବାଡି ଗ୍ରାମରେ ଆୟୋଜିତ ମାଁ ଠାକୁରାଣୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ୍ ମ୍ୟାଚ୍‌ରେ ବିରୁବାଇ ଓ ରୁଗୁଡୁବାଇ ଦଳ ମଧ୍ୟରେ ରୋମାଞ୍ଚକର ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିଥିଲା।ଖେଳ ଆରମ୍ଭ ହେବା ସହିତ ଦୁଇ ଦଳ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ ଏବଂ ଦର୍ଶକମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ତିବ୍ର ପ୍ରତିସ୍ପର୍ଦ୍ଧା ପରେ ବିରୁବାଇ ଦଳ ରୁଗୁଡୁବାଇ ଦଳକୁ ପରାଜିତ କରି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିଲା।ଫାଇନାଲ୍ ମ୍ୟାଚ୍ ଶେଷରେ ବିଜୟୀ ଦଳକୁ ମୁଖ୍ୟ ଅତିଥି ରାମନାଗୁଡା ବିଜେଡି ବରିଷ୍ଠ ନେତା ଗଗନ ବିହାରୀ ଆଚାର୍ଯ୍ୟ, ବିଜେଡି ବ୍ଳକ ସଭାପତି ବାତ୍ରୀ ମାଣ୍ଡାଙ୍ଗି, ଏବଂ ଗ୍ରାମର ସମାଜ ସେବି, ଏବଂ ବୁଦ୍ଦିଜିବି ମାନଙ୍କ ହସ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି କରିଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ