ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ।।

ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ।।

ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ।।

ବରଗଡ,୧୦।୩ – (ଭବାନୀ ଶଙ୍କର ପାଢ଼ୀ) ଓଡ଼ିଶାରେ ‘ବନ ଅଧିକାର ଅଧିନିୟମ, ୨୦୦୬’ ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ। ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ବ୍ୟକ୍ତିଗତ ବନ ଅଧିକାର ଏବଂ ଗୋଷ୍ଠୀଗତ ବନ ସମ୍ପଦ ଅଧିକାର ପାଇଁ ଦିଆଯାଇଥିବା ଆବେଦନ ଗୁଡ଼ିକର ସମାଧାନରେ ଅହେତୁକ ବିଳମ୍ବ ଓ ଅନିୟମିତତା ହେଉଥିବା ସାଂସଦ ପ୍ରଦୀପ ପୁରୋହିତ ଦର୍ଶାଇଛନ୍ତି । ଅନେକ ଆବେଦନ ବିନା କୌଣସି ଯଥାର୍ଥ କାରଣରେ ଖାରଜ କରି ଦିଆଯାଉଛି, ଯାହାଫଳରେ ବନବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ସରକାରଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ ପୁରୋହିତ। ଜିଲ୍ଲା ଓ ବ୍ଲକ ଭିତ୍ତିରେ କେତେ ଆବେଦନ ମଞ୍ଜୁର ହୋଇଛି, କେତେ ପଡ଼ି ରହିଛି ଏବଂ କେତେ ଖାରଜ ହୋଇଛି,ତାହାର ସମ୍ପୂର୍ଣ୍ଣ ବିବରଣୀ ସଦନରେ ଉପସ୍ଥାପନ କରାଯାଉ। ପଡ଼ି ରହିଥିବା ମାମଲା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉ। ସେହିଭଳି ଗ୍ରାମସଭା ଓ ଜିଲ୍ଲା ସ୍ତରୀୟ କମିଟିଗୁଡ଼ିକୁ ଅଧିକ ଶକ୍ତିଶାଳୀ କରି ଏହି ଆଇନର ସ୍ୱଚ୍ଛ କାର୍ଯ୍ୟକାରିତା ନିଶ୍ଚିତ କରାଯାଉବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ।।
ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ।।