୫୮୬ କେ.ଜି. ଗଞ୍ଜେଇ ଜବତ, ଜଣେ ବ୍ୟକ୍ତି କୁ ଗିରଫ କରିଲା କାଶୀପୁର ପୋଲିସ
ରାୟଗଡ (info media) ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ସମୟରେ କାଶୀପୁର ପୋଲିସ ଗତ ଶନିବାର ଚଢ଼ାଉ କରି ୫୮୬ କିଲୋ ଗଞ୍ଜେଇ ସହ ପିପ୍ ଭ୍ୟାନ୍ ଜବତ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ କରିଛି। ଗିରଫ ଅଭିଯୁକ୍ତ ହେଲେ କାଶୀପୁର ଥାନା ଅନ୍ତର୍ଗତ ନାରଙ୍ଗବାଡ଼ି ଗାଁର ବିଶ୍ଵମ୍ବର ନାଏକ ଲମତାପୁଟ ଅଞ୍ଚଳରୁ ଭାୟା ଖୁରିଗାଁ ହୋଇ ଶିକରପାଇ ଯିବା ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । କାଶୀପୁର ଥାନା ଅଧିକାରୀ ଦେବଦତ୍ତମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଖୁରିଗାଁ ଛକ ନିକଟରେ ପିକ୍ଅପ୍କୁ ଅଟକାଇ ଯାଞ୍ଚ କରିବରୁ ଗାଡ଼ିର ଉପର ଭାଗରେ ପରିବା ବସ୍ତା ଥିବାବେଳେ ତଳେ ୨୩ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
