ପାରାଦୀପରେ_କାରଖାନା_ଉଦ୍ଘାଟନ_କରିବେ_ଅମିତ_ଶାହ

#ପାରାଦୀପରେ_କାରଖାନା_ଉଦ୍ଘାଟନ_କରିବେ_ଅମିତ_ଶାହ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶା ଦୌରାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସେ ଆଜି ସକାଳ ସାଢ଼େ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳର କାର୍ଯ୍ୟକ୍ରମରେ ଯୋଗଦେବେ।

ତାପରେ ପାରାଦୀପରେ ଭାରତୀୟ କୃଷକ ସାର ସହକାରୀ ସଂଘ ପକ୍ଷରୁ ନିର୍ମିତ ସଲଫ୍ୟୁରିକ୍ ଆମ୍ଲ କାରଖାନାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।