ଧନଞ୍ଜୟ ର ଚିକିତ୍ସା ପାଇଁ ଧନର ଅଭାବ । ଚିକିତ୍ସା ଶୋଜଗ ହାତ ବଢ଼ାଇବା ନିବେଦନ କଲେ ମା ।
ଆର, ଉଦୟଗିରି-(ମନୋଜ ପାଢ଼ୀ)-: ଧନଞ୍ଜୟ ର ଚିକିତ୍ସା ପାଇଁ ଧନର ଅଭାବ, ହଁ ଆଜ୍ଞା ଆମେ କହୁଛୁ ଏହି ନିରୀହ ନିଷ୍ପାପ ବାଳକ ଧନଞ୍ଜୟ କଥା , ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚାନ୍ଦିପୁଟ ପଞ୍ଚାୟତ ବାଙ୍କୀଝୁଲା ଗ୍ରାମର କାଶୀନାଥ ନାୟକ ଓ ତମାଳ ନାୟକଙ୍କ ପୁଅ ଧନଞ୍ଜୟ । ବୟସ ମାତ୍ର ଆଠ ବର୍ଷ ,ତୃତୀୟ ଶ୍ରେଣୀରେ ପାଠ ପଡୁଛି । ଆଉ ଜଣେ ମେଧାବୀ ଛାତ୍ର ,ବାପା ମାଁ ଙ୍କ ଅନେକ ଓଷା ବ୍ରତ ପରେ ଧନଞ୍ଜୟ ଜନ୍ମ ହୋଇଛି । ବାପା ଜଣେ ଦିନ ମଜୁରୀଆ , ଯାହା ପାରିଶ୍ରମିକ ଆଣେ ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇଥାଏ । ଦୁର୍ଗମ ଗାଆଁ ଆଦିବାସୀ ପରିବାର ହୋଇଥିଲେ ମଧ୍ୟ ନିଜ ପୁଅ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ସ୍ବପ୍ନ ଦେଖିବା ତାଙ୍କ ପାଇଁ ଭାଗ୍ୟରେ ନାହିଁ। ନିଜ ପୁଅ ର ସ୍ବପ୍ନ ପୂରଣ କରିବା ଲାଗି ଯାଇଥିଲେ ଦାଦନ , ହଟାତ୍ ଖବର ଆସି ପହଞ୍ଚିଲା ପୁଅ ଧନଞ୍ଜୟ ର ଦେହ ଖରାପ । ପ୍ରଥମେ ତାକୁ ଆର.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଶେଷରେ MKCG ବ୍ରହ୍ମପୁର ରେ ପରୀକ୍ଷା ପରେ ଜଣା ପଡିଲା ଧଞ୍ଜୟକୁ ବୋନ ମେରୋ ହୋଇଛି । ଏଠାରେ କିଛିଦିନର ଚିକିତ୍ସା ପରେ ଭୁବନେଶ୍ୱର AIIMS କୁ ଉଚ୍ଚ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କଲେ ଡାକ୍ତର । ହେଲେ ସେଠାରେ ଡାକ୍ତର ଙ୍କ ସୂଚନା ପ୍ରକାରେ ଚାଳିଶ ରୁ ପଚାଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କଲେ ସୁସ୍ଥ ହୋଇପାରିବ ଧନଞ୍ଜୟ । ଏହା ଶୁଣି ପାଦ ତଳୁ ପୃଥିବୀ ଖସି ଯିବା ଭଳି ଲାଗିଚି ବାପାଙ୍କୁ । ହେଲେ ନିରାଶ ହୋଇ ଫେରିଛନ୍ତି ଗାଁକୁ । ଠାକୁରଙ୍କ ଠାରେ କି ଅପରାଧ କରିଥିଲି ? ଏ ଖେଳ କୁଦ ବୟସରେ ଏତେ ବଡ ଦଣ୍ଡ ଦେଲେ । ଏହା ଭାବି ଭାବି ବାପା ମା ପୁଅ ଧନଞ୍ଜୟ ମୁହଁ ପୁଛି ନିଜ କୋହକୁ ଛାତିରେ ଚାପି ରଖୁଛନ୍ତି । ଧନଞ୍ଜୟର ବାପା ମା ସରକାର ଙ୍କୁ ବିନୀତ ଗୁହାରି କରି କହିଛନ୍ତି ପୁଅର ଚିକିତ୍ସା ପାଇ ଆର୍ଥିକ ସହାୟତା କଲେ ମୋ ପୁଅ ଭଲ ହୋଇ ପାରିବ ବୋଲି କହିଛନ୍ତି l
