ଯାକଜମକରେ ଅନୁଷ୍ଠିତ ହେଲା ହରିହର ଭେଟ ; ମଘାପୋଡିଲେ ମା ମାଣିକେଶ୍ଵରୀ ।

ଯାକଜମକରେ ଅନୁଷ୍ଠିତ ହେଲା ହରିହର ଭେଟ ; ମଘାପୋଡିଲେ ମା ମାଣିକେଶ୍ଵରୀ ।

ଯାକଜମକରେ ଅନୁଷ୍ଠିତ ହେଲା ହରିହର ଭେଟ ; ମଘାପୋଡିଲେ ମା ମାଣିକେଶ୍ଵରୀ ।

ଗଜପତି, ୩.୩(ମନୋଜ ପାଢ଼ୀ)-: ସୋମବାର ସ୍ଥାନୀୟ ଦୋଳବନ୍ଧ ନିକଟ ମଣ୍ତପରେ ଆୟୋଜିତ ଦୋଳ ଉତ୍ସବରେ ହରିହର ଭେଟ ମହାଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଫଗୁଣ ଚତୁର୍ଦ୍ଦଶୀ ଉପଲକ୍ଷେ ମଘାାପୋଡି ମଧ୍ଯ ହୋଇଥିଲା । ମା ମାଣିକେଶ୍ଵରୀଙ୍କ ରାଜାଗ୍ନି ସଂଯୋଗରେ ମଘାାପୋଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମହାଦେଇ କଲ୍ୟାଣୀ ଗଜପତିଙ୍କ ଆଜ୍ଞା ଅନୁଯାୟୀ ରାଜ ପୁରୋହିତ କାମଦେବ ପାଢ଼ୀ ସମସ୍ତ ନୀତିକାନ୍ତି ସଂପର୍ଣ୍ଣ କରିଥିଲେ । ଫଗୁଣ ପୂର୍ଣ୍ଣମୀ ପରଦିନ ଅର୍ଥାତ୍ ହୋଲି ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜିତ ହୋଇ ଉତ୍ସବ ସମାପନ ହେବ । ଦୋଳ ପୂର୍ଣ୍ଣମୀ ଓ ହୋଲି ପାଇଁ ଦୁଇଦିନ ଛୁଟି ପଡୁଥିବାରୁ ପ୍ରବଳ ଭିଡ ହେବ । ଏହି ଅବସରରେ ଆଜି ରାମସ୍ଵାମୀ ମନ୍ଦିରରୁ ଦୋଳଗୋବିନ୍ଦ, ଜଗନ୍ନାଥ ମନ୍ଦିରରୁ ମଦନ ମୋହନ ସହିତ ମା ମାଣିକେଶ୍ଵରୀ ଓ ହାଟପଦାର ଚନ୍ଦ୍ରଶେଖର ମଣ୍ଡପକୁ ବିଜେକରି ହରିହର ଭେଟ ହୋଇଥିବା ବେଳେ ଏହି ଅପୂର୍ବ ମିଳନ ଓ ମଘାାପୋଡି ଦେଖି ଆନନ୍ଦ ଓ ଉଲ୍ଲାସରେ ଶ୍ରଦ୍ଧାଳୁ ବିଭୋର ହୋଇଥିଲେ । ଏହା ସହିତ ଅନ୍ୟ ବିଭିନ୍ନ ଠାକୁର ମାନେ ମଧ୍ଯ ବିଜେ କରିଛନ୍ତି । ଏଥିରେ ଜଗନ୍ନାଥ ସେବାୟତ ବଳିଆ ପଣ୍ଡା, ରାମସ୍ଵାମୀ ପୂଜକ ରଘୁନାଥ ଚୌଧୁରୀ, ଚନ୍ଦ୍ରଶେଖର ପୂଜକ ବିରଞ୍ଚି ନାରାୟଣ ଦାସ ଓ ହରି ନାରାୟଣ ଦାସ ଏବଂ ରାଜ ସୁଆର ରାମ ଭୂକ୍ତା ପ୍ରମୁଖ ମଣ୍ଡପ ସ୍ଥାନରେ ଠାକୁରଙ୍କ ନୀତି ପରିଚାଳନା କରିଥିବା ବେଳେ ଏହି ଯାତ୍ରା ରେ ଖେଳନା, କାଞ୍ଚୁଲି, ଚଣା, ଲଡୁ , ବେଲୁନ, ମ୍ପେକାଳୀ ପସରା ପଡିଛି । ଆଲୋକ ସାଜସଜ୍ଜା ସହିତ ସୁନ୍ଦର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଜବରଦସ୍ତ ଭିଡ଼ ହୋଇଛି । ତେବେ ଆଗାମୀ ହୋଲିରେ ପରସ୍ପରକୁ ରଙ୍ଗ ବୋଳି ଭକ୍ତି ଓ ବନ୍ଧୁତାର ବାର୍ତ୍ତା ଦେବା ବେଳେ ସବୁ ପ୍ରାକୃତିକ ରଙ୍ଗର ବ୍ୟବହାର କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଉଛି ।

ସ୍ନେହପୂର୍ଣ୍ଣ ବାତାବରଣରେ ଏହି ଉତ୍ସବ ପାଳନ ହେଉଥିବା ବେଳେ ପୂର୍ବରୁ ରାଜାରାଜୁଡ଼ା ସମୟରେ ଭବ୍ୟ ଆୟୋଜନ ହୋଇ ପଞ୍ଚୁଦୋଳ ମିଳନ ହେଉଥିଲା । ପରେ ବିଭିନ୍ନ କାରଣରୁ ରାଜା ଶାସନର ଅନ୍ତ ସହିତ ଅନୁଦାନ ଅଭାବ ଏବଂ ସର୍ବୋପରି ଆୟୋଜନ ପାଇଁ ଜନ ବଳର ଅଭାବ ଉତ୍ସବକୁ ବନ୍ଦ କରିଦେଇଥିଲା । ତେବେ ବର୍ତ୍ତମାନ କିଛି ସ୍ଥାନୀୟ ବୁଦ୍ଧିଯିବି ଓ ବଦାନ୍ଯ ବ୍ଯକ୍ତି ମାନଙ୍କ ଉଦ୍ୟମରେ ପୁଣି କମିଟି ଗଠନ କରାଯାଇ ୨୦୦୪ ମସିହା ରୁ ୨୨ବର୍ଷ ହେଲା ଏହି ଉତ୍ସବ ପୁଣି ଆୟୋଜିତ ହୋଇଆସୁଛି । ସୂଚନା ଯେ ଏହି ଐତିହାସିକ ଯାତ୍ରା ପାଇଁ ଏଠାର ଏକ ବନ୍ଧ କୁ ଦୋଳବନ୍ଧ କୁହାଯାଏ । ବହୁ ଅଞ୍ଚଳରୁ ଲୋକ ଆସି ସାମିଲ ହେଉଥିବା ବେଳେ ପାରଳା ପୁଲିସ୍ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉଛି ।