ବିଭାଜନ ସାହିତ୍ୟ ହେଉଛି ବିସ୍ଥାପନର ଏକ ଦଲିଲ ଲରମ୍ଭା କଲେଜରେ ଅନୁଷ୍ଠିତ ହେଲା ଇଂରାଜୀ ବିଭାଗର ପାଠଚକ୍ର :

ବିଭାଜନ ସାହିତ୍ୟ ହେଉଛି ବିସ୍ଥାପନର ଏକ ଦଲିଲ ଲରମ୍ଭା କଲେଜରେ ଅନୁଷ୍ଠିତ ହେଲା ଇଂରାଜୀ ବିଭାଗର ପାଠଚକ୍ର :

ବିଭାଜନ ସାହିତ୍ୟ ହେଉଛି ବିସ୍ଥାପନର ଏକ ଦଲିଲ ଲରମ୍ଭା କଲେଜରେ ଅନୁଷ୍ଠିତ ହେଲା ଇଂରାଜୀ ବିଭାଗର ପାଠଚକ୍ର :

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକର ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଠାରେ ଇଂରାଜୀ ବିଭାଗର “ବିଭାଜନ : ଆଘାତ,ଲିଙ୍ଗଗତ ବିଭେଦ , ସ୍ମୁତି ଏବଂ ଅସ୍ମିତା ସଙ୍କଟ” ବିଷୟକ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି| ଆଲୋଚକ ଭାବରେ ସୋନପୁର କଲେଜର ଇଂରାଜୀ ଅଧ୍ୟାପକ ଡ଼. ରାଜେନ୍ଦ୍ର ରଣା ଯୋଗଦେଇଥିଲେ | ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ଅନ୍ତର୍ଯ୍ୟାମୀ ବେହେରାଙ୍କ ସଭାପତିତ୍ତ୍ୱରେ ବିଭାଗ ମୁଖ୍ୟ ଶ୍ରୀ ଟଙ୍କଧର ପ୍ରଧାନ, ଅଧ୍ୟାପକ ଡ଼. ଗୁରୁଦେବ କୁଶଲ, ଶ୍ରୀ ଜୟକିଶୋର ସୁନା, ଶ୍ରୀ ସାଗର ମେଣ୍ଡଲୀ ମଂଚାସୀନ ରହି ତତ୍କାଳୀନ ସମାଜରେ ବିଭାଜନ ସାହିତ୍ୟ କିଭଳି ଯନ୍ତ୍ରଣା, ରକ୍ତାକ୍ତସ୍ମୁତି ଓ ସମ୍ପର୍କର ବିଛିନ୍ନତା ଉପରେ ପର୍ଯ୍ୟବେଷିତ ଥିଲା ସେ ଉପରେ ଆଲୋଚନା କରିଥିଲେ | ବିଭାଗର ଛାତ୍ରଛାତ୍ରୀ ହରିପ୍ରିୟା ବିଶ୍ୱାଳ, ବାସୁଦେବ ପ୍ରଧାନ, ବିଶ୍ୱଜିତ ନାଗ,ମାନସୀ ବାଘ, ଚିତ୍ରାଞ୍ଜଳି ଝାଙ୍କର, ଅଲିଭା ସାହୁ, ମଧୁସ୍ମିତା ରଣା ନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ | କଲେଜର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |