ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ, ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ)) ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ, ଲିଓ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ଓ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ମିଳିତ ଆନୁକୂଲ୍ୟରେ କମ୍ପୁଟର ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତ୍ରିଲୋଚନ ନେତ୍ରାଳୟ ଡାଃ ବରୁଣ, ଟେକନିସିଆନ ମହିମା, ରାଜେଶ, ସୁମନ୍ତ ଚକ୍ଷୁ ପରୀକ୍ଷା କରିଥିଲେ। ଏଥିରେ ୧୩୦ଜଣ ଚକ୍ଷୁ ପରୀକ୍ଷା କରାଯାଇ, ୮୦ ଜଣକୁଂ ମାଗଣା ଚଷମା ପ୍ରଦାନ କରାଯାଇଥିଲା ଓ ୧୧ ଜଣ ଚକ୍ଷୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ ସଂବଲପୁର କୁ ପଠା ଯାଇଥିଲା। ଏହି ସମୟରେ ଲାୟନ୍ସ କ୍ଲବ ର ସଭାପତି ଅକ୍ଷୟ ପଧାନ, ଅମିୟ କୁମାର ମେହେର, ସନ୍ତୋଷ କୁମାର ପାଢ଼ୀ, କୁଶ ପ୍ରଧାନ, ଧନପତି ଷାଣ୍ଡ, ଦୀପକ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ଓମ୍ ବାଗ,ଅଜିତ ବେହେରା, ୟୁ ରମେଶ, ଲୋହିତ ସହିତ ଉଭୟ କ୍ଲବ ସଦସ୍ଯ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
