ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲା ସମାଜସେବୀ ସଂଘ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ଏପ୍ରିଲ ୧ ରେ ପାଳନ କରିବା ପାଇଁ ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ତରଫରୁ ଏକ ବୈଠକ ହୋଇ ଥିଲା | ଏହି ବୈଠକ ରେ ବରଗଡ ର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଯିବି, ବିଭିନ୍ନ ରାଜନୀତି ଦଳର କର୍ମକର୍ତ୍ତା ତଥା ବରଗଡ଼ ର ସର୍ବସାଧାରଣ କୁ ନେଇ ବୈଠକ ହୋଇଥିଲା |ସମସ୍ତେ ନିଜର ମତ ପ୍ରକାଶ କରିଥିଲେ କିପରି ଭବ୍ୟ ହୋଇ ପାରିବ |ଆଜି ଗୋଟିଏ ଟିମ ଗଠନ କରି ପ୍ରଥମେ ବରଗଡ଼ର ସଂକୃତି ଅନୁସାରେ ପ୍ରଥମ ନିୟୁତା ଶ୍ରୀ ଶ୍ରୀ ନରସିଂହ ନାଥ ମହାପ୍ରଭୁଙ୍କୁ ଦିଆ ଗଲା | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗାଙ୍କ ନେତୃତ୍ୱ ରେ ବରଗଡ ଗର୍ବ ଓ ଗୌରବ ପଦ୍ମଶ୍ରୀ ଭାଗବତ ପଧାନ, ସମାଜସେବୀ ଅକୁର ମଳିକ, କୋଶଳ ସେନା ସମ୍ପାଦକ ବିରବଲ ମହାକୁଡ଼,ରାଜେଶ ଶର୍ମା, ନାରାୟଣ ସିଂ, ଶିବ ଲୁହା ଓ ସାମ୍ବାଦିକ ବନ୍ଧୁ ଆନନ୍ଦ ମହାପାତ୍ର, ରାହୁଲ ବାରିକ, ସୁନୀଲ ବାଗ, ହରିଶ ଯୋଗଦାନ କରି ଥିଲେ |ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କୁ ଭେଟି ନିମନ୍ତ୍ରଣ କରିବା ସହିତ ଜିଲ୍ଲା ପ୍ରତିଷ୍ଠା ଦିବସ ଅଧିକ ରୁ ଅଧିକ ଭବ୍ୟ କରିବା ପାଇଁ ସାଂସ୍କୃତିକ ମନ୍ତ୍ରୀ ଶ୍ରୀମାନ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ପଦ୍ମଶ୍ରୀ ଭାଗବତ ପଧାନ ଦାବିପତ୍ର ପ୍ରଦାନ କଲେ |
ଚଳିତ ବର୍ଷ ଜିଲ୍ଲା ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରା ଯିବ ସହିତ ସାଂସଦ ଶ୍ରୀଯୁକ୍ତ ପୁରୋହିତ ନିଜେ ଯୋଗଦାନ କରବା ସହିତ ପଦ୍ମଶ୍ରୀ ଦେଇ ଥିବା ଦାବି ଙ୍କୁ ସାଂସ୍କୃତିକ ମନ୍ତ୍ରୀ ଙ୍କୁ ଜଣେଇ ବା ବୋଲି ପ୍ରତିଶୃତି ଦେଇଛନ୍ତି |
