ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ ମାଗଣା ସ୍ବାସ୍ଥ୍ୟ ପରିକ୍ଷା ଓ ସେବା ଶିବିର।

ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ ମାଗଣା ସ୍ବାସ୍ଥ୍ୟ ପରିକ୍ଷା ଓ ସେବା ଶିବିର।

ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ ମାଗଣା ସ୍ବାସ୍ଥ୍ୟ ପରିକ୍ଷା ଓ ସେବା ଶିବିର।

ସେମିଳିଗୁଡା.ତାରିଖ ୨୨,୨,୨୦୨୬,ସେମିଳିଗୁଡା ଲାୟନ୍ସ କ୍ଲବ ତରଫରୁ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ଗ୍ରାମରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଭାବରେ ଭିଡିଜି୧ ଲାୟନ୍ସ ଅଶ୍ବିନୀ ଦାସ ,ପିଡିଜି ଲାୟନ୍ସ ଦିଲିପ କୁମାର ଦାସ ଯୋଗଦେଇ ଥିଲେ।ଗ୍ରାମବାସୀଙ୍କୁ ନୂତନ କମ୍ବଳ,ଖାଦ୍ଯ ପଦାର୍ଥ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା।ବୃଦ୍ଧ ବୃଦ୍ଧାଙ୍କ ଚକ୍ଷୁ ପରୀକ୍ଷାକରି ଚଷମା ବଣ୍ଟନ କରାଯାଇଥିଲା। ଡାକ୍ତର ପ୍ରତ୍ୟୁଷା ବେହେରା ଓ ଡାକ୍ତର ଶ୍ୟାମସୁନ୍ଦର ପାଣିଗ୍ରାହୀ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାକରି ଔଷଧ ପ୍ରଦାନ କରିଥିଲେ।ମାଟ୍ରିକ ପରୀକ୍ଷା ଦେଉ ଥିବା ଝିଅମାନଙ୍କୁ ଉସ୍ଚାହିତ କରିବାପାଇଁ ସେମାନଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଅନନ୍ତ କୁମାର ସେନାପତି,ସଂପାଦକ ସନତ ସାହୁ,ବରିଷ୍ଠ ସଦସ୍ଯ ଆନନ୍ଦ କୁମାର ପାଟୱାନିଆ, ପ୍ରେମାନନ୍ଦ ପୃଷ୍ଟି,ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସୁକାନ୍ତ କୁମାର ସାମଲ,ବାସୁଦେବ ପାତ୍ର, ଜ୍ବୋତି ରଂଜନ ମହାନ୍ତି,ପ୍ୟାଟ୍ରିକ ଡୁଂଗଡୁଂଗ, ବବିତା ପାଣିଗ୍ରାହୀ,ବନଜା ପୃଷ୍ଟି,ଶ୍ରୀମତୀ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର,ଶ୍ରୀମତୀ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।