ରାସ୍ତା କଡ ପୋଖରୀ ରୁ ଯୁବକ ର ଶବ ଉଦ୍ଧାର।

ରାସ୍ତା କଡ ପୋଖରୀ ରୁ ଯୁବକ ର ଶବ ଉଦ୍ଧାର।

ରାସ୍ତା କଡ ପୋଖରୀ ରୁ ଯୁବକ ର ଶବ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗୋଳନ୍ଥରା ଥାନା ନିକଟ ଜାତୀୟ ରାଜପଥ କଡ଼ରେ ଥିବା ସନ୍ତୋଷୀ ମନ୍ଦିର ପୋଖରୀ ରୁ ହେଚ୍ ରାଜିକା ନାମକ ଜଣେ ଯୁବକ କୁ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ରାଜିକା ଘର ନିକଟସ୍ଥ ତତଡାପଲୀ ଗ୍ରାମରେ ହୋଇଥିବା ବେଳେ ସେ ଉକ୍ତ ପୋଖରୀ କୁ ଗାଧୋଇବା ପାଇଁ ଆସି ଅସାବଧାନତା ବଶତଃ ପାଣି ଭିତରେ ବୁଡ଼ି ପଙ୍କ ରେ ଲାଗିଯାଇଥିଲା। ଅନ୍ୟ ପକ୍ଷରେ ବହୁତ ସମୟ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଉକ୍ତ ପୋଖରୀ ରୁ ଉଦ୍ଧାର କରିଥିଲେ।