ଗୁଲବା ଗ୍ରାମ ପଞ୍ଚାୟତ ବାସୀ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୮/୨/୨୫ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁଲବା ଗ୍ରାମ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି। ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ବ୍ଲକ ରେ ସାମିଲ ନ କରିବା ନେଇ l ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ପ୍ରକାରେ ଗତ ଦିନରେ କିଛି ପଞ୍ଚାୟତ ଲୋକେ ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ନୂତନ ବ୍ଲକ ଗଠନରେ ସାମିଲ ଥିବା ଦର୍ଶାଇଥିଲେ। ଯାହାକୁ ନେଇ ଆଜି ଗୁଲବା ସରପଞ୍ଚ ରେଜୀନା ନାୟକ ଙ୍କ ନେତୃତ୍ୱରେ ବହୁ ବାସିନ୍ଦା ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦାବି ଜଣାଇଥିବା ବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ କହିଥିଲେ ଯେ ଏପରି କୌଣସି ସରକାରୀ ଘୋଷଣା ହୋଇ ନାହିଁଯେ ନୂତନ ବ୍ଲକ ଗଠନ ହେବ ପାଇଁ ।
Related Posts

ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ
ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ ସେମିଳିଗୁଡା.ତାରିଖ ୮-୧-୨୦୨୫. ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ତା ୦୮.୧.୨୫ ରେ ଆର…

ସ୍କୁଟି କୁ ପିଟିଲା ପିକ୍ଅପ୍ ଭ୍ୟାନ, ଦୁଇ ଯୁବକ ଗୁରୁତର ଆହତ।
ସ୍କୁଟି କୁ ପିଟିଲା ପିକ୍ଅପ୍ ଭ୍ୟାନ, ଦୁଇ ଯୁବକ ଗୁରୁତର ଆହତ।ଦିଗପହଣ୍ଡି ଥାନା ଅର୍ନ୍ତଗତ ଗୋକର୍ନପୁର ଛକରେ ବ୍ରହ୍ମପୁର ପଟକୁ ଆସୁଥିବା ପିକ୍ଅପ୍ ଭ୍ୟାନ ଦିଗପହଣ୍ଡି ଅଭିମୁଖେ…

ଗଞ୍ଜେଇ ଚାଷ ନକରିବାକୁ ପୁଲିସର ଆହ୍ବାନ
ଗଞ୍ଜେଇ ଚାଷ ନକରିବାକୁ ପୁଲିସର ଆହ୍ବାନ ଆର,ଉଦୟଗିରି – ମନୋଜ କୁମାର ପଢୀ/:ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଗଞ୍ଜେଇ ଚାଷ ନକରିବାକୁ ଆହ୍ବାନ ଦେଇଛି ପୁଲିସ l…