ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତାକୁ ସିଧା ହତ୍ୟା ।

ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତାକୁ ସିଧା ହତ୍ୟା ।

ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତାକୁ ସିଧା ହତ୍ୟା ।

ଗଜପତି,୧୮.୨(ମନୋଜ ପାଢ଼ୀ)-: ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳାଖେମୁଣ୍ଡିର ଅବଦାନ ଚିରସ୍ମରଣୀୟ ଅଟେ । ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ବିନା ପ୍ରଚେଷ୍ଟାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଗଠନ ହୋଇପାରିନଥାନ୍ତା । ଏହାକୁ ଯେ କେହିବି ସ୍ବୀକାର କରିବେ । କିନ୍ତୁ ବିଡ଼ମ୍ବନାର ବିଷୟ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏନ୍ତୁଡିଶାଳ ସାଜିଥିବା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଓଡିଆ ଭାଷାର ଅସ୍ମିତାକୁ ସିଧାସଳଖ ହତ୍ୟା କରାଯାଇଥିବା ଦୃଶ୍ୟ ନଜରକୁ ଆସିଛି । ଏହାର ଶ୍ରେୟ ଜିଲ୍ଲା ପ୍ରଶାସନକୁ ଯାଉଥିବାର ଆଲୋଚନା ହେଉଛି । ଆଜି ସନ୍ଧ୍ୟା ଠାରୁ ଜିଲ୍ଲାସ୍ତରୀୟ ଶୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି । ଏହି ମେଳା ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ ଜାକଜକମରେ ଅନୁଷ୍ଠିତ ହେଉଛି । ଅବଶ୍ୟ ଚେୟାର ଗୁଡିଖ ଖାଁ ଖାଁ ରହିଥିବାର ଦେଖିବାକୁ ମିଳିଥିବା ବେଳେ ଏଥିରେ ଲଗାଯାଇଥିବା ବ୍ୟାନରରେ ଐତିହାସିକ ସହର ପାରଳାଖେମୁଣ୍ଡି ନାମ ବଦଳରେ ‘ପର୍ଲେଖାମୁଣ୍ଡି’ ମୁଦ୍ରିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ସାମାନ୍ୟ ଭୁଲ ରହିଥିଲେ ତାହା ଅଲଗା କଥା । ହେଲେ ଏହି ଐତିହାସିକ ସହରର ନାମକୁ ସମ୍ପୂର୍ଣ୍ଣ ବିଚିତ୍ର ଓ ବିକୃତ ଭାବେ ଲେଖାହୋଇଛି । ଯାହାକୁ ନେଇ ସହରର ବିଭିନ୍ନ ମହଲରେ ନାନାଦି ଆଲୋଚନା ହେବା ସହ ଅସନ୍ତୋଷ ବୃଦ୍ଧି ପାଇଛି । ଏପରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯେଉଁ ବ୍ୟକ୍ତି ବ୍ୟାନେର ମୁଦ୍ରିତ ବାବଦକୁ ଦାୟିତ୍ବରେ ରହିଛନ୍ତି ସେ ସମ୍ଭବତଃ ଆନ୍ଧ୍ରରେ ମୁଦ୍ରଣ କରିଛନ୍ତି । କାରଣ ଆନ୍ଧ୍ରରେ କମ୍ ଖର୍ଚ୍ଚରେ ବ୍ୟାନେର ତୟାର ହେଉଛି । ଯଦି ଓ ଓଡିଶା ତଥା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମୁଦ୍ରିତ କରିଥିଲେ ଅନ୍ତତଃ ଏହାକୁ ଛପାଉଥିବା ଦୋକାନୀ ଜଣକ ଅନ୍ତତଃ ସିଧାସଳଖ ଏପରି ତ୍ରୁଟିପୂର୍ଣ୍ଣ ବନାନକୁ ଜାଣିପାରନ୍ତା ।

ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଦାୟିତ୍ବରେ ଥିବା ଅଧିକାରୀ ଅର୍ଥ ଲୋଭରେ ଆନ୍ଧ୍ରରେ ଏପରି ମୁଦ୍ରିତ କରିଥିବା ଆଲୋଚନା ହେଉଥିବା ବେଳେ ଏପରି ଘୋର ତୃଟିପୂର୍ଣ୍ଣ ଲେଖାକୁ ନେଇ ଜିଲ୍ଲା ପ୍ରଶାସନ କ୍ଷମା ମାଗନ୍ତୁ ଏବଂ ଏହାକୁ ସଜାଡନ୍ତୁ ବୋଲି ଦାବୀ ହୋଇଛି । ଅନ୍ୟପକ୍ଷରେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଭାଷାର ସ୍ଥିତିରେ ସୁଧାର ଆସିବା ବଦଳରେ ଅଧିକ ନିମ୍ନଗାମୀ ହୋଇଥିବା ଅଭିଯୋଗ ହୋଇଛି । ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଯେଉଁ ସବୁ ଅଞ୍ଚଳ ଓଡିଶା ବାହାରେ ରହିଯାଇଥିଲା ସେହି ଅଞ୍ଚଳର ଓଡିଆମାନେ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଏପରି ସ୍ଥିତିରେ ଗୋଟିଏ ପଟେ ବିଚ୍ଛାନ୍ନାଞ୍ଚଳରେ ଭାଷାକୁ ସୁରକ୍ଷା ମିଳୁଥିବା ବେଳେ ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ । ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଗଜପତି ବିଚିତ୍ରା ନନ୍ଦ ବେବର୍ତ୍ତା କହିଛନ୍ତି ଯେ ସରକାର ଓଡିଆ ଅସ୍ମିତାର କଥା କହୁଛନ୍ତି । ହେଲେ ଉପାନ୍ତ ଅଞ୍ଚଳ ତଥା ଓଡିଶା ପ୍ରଦେଶ ଗଠନର ଏନ୍ତୁଡି ଶାଳାରେ ଏପରି ଲେଖିବା ଠିକ୍ ନୁହେଁ । ନାରୀ ଶସକ୍ତିକରଣ ପାଇଁ ନେଉଥିବା ପଦକ୍ଷେପ ପ୍ରଶଂସନୀୟ ହୋଇଥିବା ବେଳେ ଏପରି ଅପଭ୍ରଂଶ ଶବ୍ଦ ଲେଖିବା ଠିକ୍ ନୁହଁ । ଏପରି ଶବ୍ଦ ମା ମାଟି ମାତୃଭୂମୀ ପାଇଁ ଅପମାନଜନକ ଶବ୍ଦ ବୋଲି ଅନୁଭବ କରାଯାଉଥିବାର କହିଛନ୍ତି ।