ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣlମେଣ୍ଟ -୨୦୨୬ଦିବ୍ୟଜିତ ସିଙ୍ଗଲ ଜୁନିଅରଓ ଅଭୟ ସିଙ୍ଗଲ ସିନିୟର୍ ଚମ୍ପିୟାନ…
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲମା ଶହୀଦ ସ୍ମୃତି ରେ ଫୁଲବାଣୀ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ଟୁର୍ଣ୍ଣl ମେଣ୍ଟ ରେଦିବ୍ୟଜିତ ମହାନ୍ତି ଜୁନିଅର ସିଙ୍ଗଲ ରେ ଚମ୍ପିୟାନ ହୋଇଥିବା ବେଲେ ସିନିଅର ସିଙ୍ଗଲ ମ୍ୟାଚ୍ ରେ ଅଭୟ ସାହୂ ଚମ୍ପିୟାନ ହୋଇଛନ୍ତି l ସେହିପରି ଜୁନିଅର ଡ଼ବଲସ ରେ ଦିବ୍ୟ ଜିତ ମହାନ୍ତି ଓ ଅଭିଜିତ କହଁର ଚମ୍ପିୟାନ ହୋଇଥିବା ବେଳେ ସିନିୟର୍ ଡବଲସ୍ ରେ ଶ୍ରୀକାନ୍ତ ନନ୍ଦ ଓ ରାଜୀବ ସ୍ବାଇଁ ଚମ୍ପିୟାନ ହେଇଛନ୍ତି l ଏହି ଅବସରରେ ଆୟୋଜିତ ସଭାରେ ଆର୍ ଆଇ ପୋଲିସ ବିରସିଂ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆର୍ ଆଇ ହୋମ ଗାର୍ଡ ବାଲୁଙ୍କେଶ୍ୱର କଛପ ଓ ପୋଲିସ୍ ସର୍ଜେଣ୍ଟ ଭବାନୀ ଶଙ୍କର ନାୟକ ପ୍ରମୁଖ ଯୋଗ ଦେଇ ଖେଳ ହିଁ ଏକ ମାତ୍ର ମଧ୍ୟମ ଯାହା ଶରୀର ଓ ମନ କୁ ସୁସ୍ଥ ରଖିଥାଏ, ଏଣୁ ସମସ୍ତେ ପାଠ ପଢିବା ସହ ଖେଳରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ l ସେହିପରି ମୁଖ୍ୟ ଅତିଥି ଶବର ବିଜେତା ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର ନାୟକ ଓ କୋଚ୍ ଅସୀମ କୁମାର ନାୟକ ସୁଚାରୁରୂପେ ମ୍ୟାଚ୍ ପରିଚାଳନା କରିଥିଲେ l
