ଗଜପତିରୁ ହାଇଦ୍ରାବାଦକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, 2 ଗିରଫ ।
ଗଜପତି, 16/2 (ମନୋଜ ପାଢ଼ୀ):ଗଜପତି ଜିଲ୍ଲାରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଅବକାରୀଟିମ ଦ୍ୱାରା ଜବତ ହୋଇଛି । ଏହି ଘଟଣାରେ 2 ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ମୋହନା ଅବକାରୀ ବିଭାଗ ଓ ଗଜପତି ଜିଲ୍ଲା ମୋବାଇଲ ଟିମ ମିଳିତ ଚଢ଼ଉ କରି ୧୮ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ଗିରଫମାନେ ହେଲେ ଅନୁଗୁଳର ଦେବାଶିଷ ସାମଲ ଓ ମହାରାଷ୍ଟ୍ରର ସେକ ପାୱାର | ସୂଚନା ପ୍ରକାରେ । ମୋହନା ବ୍ଲକ କାର୍ଯ୍ୟାଳୟ ଛକରେ ଦୁଇ ଜଣ ବ୍ୟକ୍ତି 2 ଗୋଟି ସୁଟକେଶ ଧରି ଠିଆ ହୋଇଥିଲେ. ଏହି ଦୁଇ ବ୍ୟକ୍ତିଙ୍କୁ ସନ୍ଦେହରେ ଯାଞ୍ଚ କରିଥିଲେ ଅବକାରୀଟିମ. ଯାଞ୍ଚ ପରେ ଦୁଇଟି ସୁଟକେଶରୁ ୧୮ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଅଡବା ଥାନା ଅଧୀନରେ ଥିବା କେଶରୀଗୁଡା ଗ୍ରାମରୁ ହାଇଦ୍ରାବାଦକୁ ଚାଲାଣ ପାଇଁ ଯୋଜନା ହୋଇଥିଲା । ଜବତ ଗଞ୍ଜେଇର ମୂଲ୍ୟ 2 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ କୋୖର୍ଟଚାଲାଣ କରାଯାଇଛି ।
