କର୍କଟ ପୀଡ଼ିତଙ୍କ ଚିକିତ୍ସା କରାଇବେ ବିଧାୟକ ।

କର୍କଟ ପୀଡ଼ିତଙ୍କ ଚିକିତ୍ସା କରାଇବେ ବିଧାୟକ ।

କର୍କଟ ପୀଡ଼ିତଙ୍କ ଚିକିତ୍ସା କରାଇବେ ବିଧାୟକ ।

ଗଜପତି, ୧୫.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର କ୍ରିଷ୍ଣା କର୍କଟ ରୋଗରେ ପୀଡ଼ିତ ହୋଇଥିବା ଏବଂ ଅର୍ଥାଭାବରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ନେଇ ଜାଣିବା ପରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାରିଗ୍ରାହୀ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ତାଙ୍କ ଚିକିତ୍ସାନ ଭାର ନେବେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ପାଇଥିବା ବିଜୁ ସ୍ବାସ୍ଥ୍ୟକାର୍ଡରେ ଦୁଇମାସ ଧରି ଚିକିତ୍ସା ପାଇବା ପରେ ଆୟୁଷ୍ମାନ କାର୍ଡ ନଥିବା ହେତୁ ନିଜସ୍ବ ଖର୍କରେ ଋଣଗ୍ରସ୍ତ ହୋଇ ସର୍ବସ୍ବ ହରାଇବା ପରେ ମଧ୍ୟ ଭଲ ହୋଇ ନ ପାରିବା ହେତୁ ପ୍ରଶାସନକୁ ସହାୟତା ପାଇଁ ନିବେଦନ କରିଥିଲେ | ତେବେ, ଆଜି ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କ ବାସଭବନକୁ ଯାଇ ସାକ୍ଷାତ କରି ଆର୍ଥିକ ସାହାଯ୍ୟ ଦେବା ସହ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ ହାଇଟେକ୍ ମେଡିକାଲ୍ କଲେଜରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।