ସଲଗୁଡା ଗ୍ରାମରେ ଦୀର୍ଘ ବର୍ଷ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ସଲାଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟ ବାଡ଼ ପଟରେ ଥିବା ନଳକୂପ ଦୀର୍ଘ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ସଲାଗୁଡ଼ା ବାସିନ୍ଦା ମାନେ ପ୍ରଶାସନକୁ ଜଣାଇବା ସ୍ୱତ୍ତେ ନଳକୂପଟିର ମରାମତି କାର୍ଯ୍ୟ ହେଉନାହିଁ। ଯାହାକି ବିଭିନ୍ନ ଲଟାବୁଦା ଗଛମାଡ଼ି ପୋତି ହୋଇ ଗଲାଣି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ପାନୀୟଜଳର ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ନଳକୂପଟିର ମରାମତି ହୋଇ ପାରୁନାହିଁ । ଯାହାକି ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା।
