ଏସ୍.କେ.ସି.ଜି. ମହାବିଦ୍ୟାଳୟର ୧୯୭୩ ବ୍ୟାଚର ୫୩ ବର୍ଷ ପୂର୍ତ୍ତି ଉତ୍ସବ ଉଲ୍ଲାସମୟ ପରିବେଶରେ ପାଳିତ ।

ଏସ୍.କେ.ସି.ଜି. ମହାବିଦ୍ୟାଳୟର ୧୯୭୩ ବ୍ୟାଚର ୫୩ ବର୍ଷ ପୂର୍ତ୍ତି ଉତ୍ସବ ଉଲ୍ଲାସମୟ ପରିବେଶରେ ପାଳିତ ।

ଏସ୍.କେ.ସି.ଜି. ମହାବିଦ୍ୟାଳୟର ୧୯୭୩ ବ୍ୟାଚର ୫୩ ବର୍ଷ ପୂର୍ତ୍ତି ଉତ୍ସବ ଉଲ୍ଲାସମୟ ପରିବେଶରେ ପାଳିତ ।

ଗଜପତି, ୧୨.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏସ୍.କେ.ସି.ଜି. ମହାବିଦ୍ୟାଳୟର ୧୯୭୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ୫୩ ବର୍ଷ ପୂର୍ତ୍ତି ଅବସରରେ ଏକ ଗରିମାମୟ ସମାବେଶ ଆୟୋଜିତ ହୋଇଯାଇଛି। ସମୟର ଦୀର୍ଘ ପଥରେ ୫୩ ବର୍ଷ ଅତିକ୍ରମ ପରେ ଅତୀତର ସ୍ମୃତିମାଳାକୁ ନବ ଆଲୋକରେ ସ୍ମରଣ କରି ଏହି ଅବସର ପରିଣତ ହୋଇଥିଲା ଏକ ଆବେଗମୟ ପୁନର୍ମିଳନ ମଞ୍ଚରେ।

ଅନୁଷ୍ଠାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ, ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ବିଘ୍ନେଶ୍ୱର ମିଶ୍ର ଓ ଯୁବ ରେଡକ୍ରସ କାଉନ୍ସିଲର ଡ. ବିପ୍ଳବ ରଞ୍ଜନ ପ୍ରଧାନ ଉପସ୍ଥିତ ରହି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ହୃଦୟଙ୍ଗମ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଉଦ୍‌ବୋଧନରେ ଅଧ୍ୟକ୍ଷ ପ୍ରଫେସର ଭୂୟାଁ କହିଥିଲେ ଯେ, ୧୯୭୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ଜୀବନଯାତ୍ରା ନିଷ୍ଠା, ଶିଷ୍ଟାଚାର, କର୍ତ୍ତବ୍ୟବୋଧ ଓ ଆଜୀବନ ଶିକ୍ଷାର ଏକ ଉଜ୍ଜ୍ୱଳ ଆଦର୍ଶ। ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅମୂଲ୍ୟ ଅବଦାନ ଏହି ପ୍ରତିଷ୍ଠାନ ପାଇଁ ଗର୍ବର ବିଷୟ ବୋଲି ସେ ମତ ପ୍ରକାଶ କରିଥିଲେ। ଏବଂ ସେମାନଙ୍କ ସଫଳତା ଓ ସଂଘର୍ଷମୟ ଜୀବନଗାଥାକୁ ସ୍ମରଣ କରି ଶୁଭକାମନା ଜଣାଇଥିଲେ।
ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ପଢ଼ାଶୁଣା ସମୟର ଅନେକ ସ୍ମୃତି ବଣ୍ଟନ କରିଥିଲେ। କ୍ୟାମ୍ପସର ସେହି ସ୍ୱର୍ଣ୍ଣିମ ଦିନ, ଶିକ୍ଷକମାନଙ୍କ ଅନୁପମ ପରାମର୍ଶ ଓ ସହପାଠୀମାନଙ୍କ ସହ ଅତିତ କରା ସ୍ମରଣୀୟ ମୁହୂର୍ତ୍ତକୁ ସ୍ମରଣ କରି ସେମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ସମାବେଶଟି ପୁରାତନ ଛାତ୍ରଛାତ୍ରୀ ଓ ପ୍ରତିଷ୍ଠାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥିବା ଏକ ମାନସିକ ସେତୁ ଭାବେ ପରିଣତ ହୋଇଥିଲା। ସମସ୍ତଙ୍କ ସୁଖ, ସ୍ୱାସ୍ଥ୍ୟ ଓ ସାନ୍ତିର କାମନା ସହ ଅନୁଷ୍ଠାନ ଉତ୍ସାହମୟ ପରିବେଶରେ ସମାପ୍ତ ହୋଇଥିଲା।